ମୁଖ୍ୟ ଖବର ପୋଖରୀରେ ବୁଡି ଦୁଇ ନାବାଳିକା ମୃତ Angul OnlineOctober 7, 2021October 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ଓ ଦୟାନିଧି ପ୍ରଧାନଙ୍କ ଝିଅ ଜ୍ୟୋତି ପୋଖରୀକୁ ଗାଢେଇବାକୁ ଯାଇଥିଲେ । ତେବେ ଉଭୟ ପୋଖରୀରେ ବୁଡି ଯାଇଥିଲେ । ସେହି ପୋଖରୀ ଦେଇ ଯାଉଥିବା ଜଣେ ଗୋରୁ ଚରାଳୀ ଉଭଯଙ୍କୁ ପାଣିରେ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକ ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି । Advertisement
ବ୍ରାଉନ୍ସୁଗାର ଜବତ ମାମଲାରେ ଅଭିଯୁକ୍ତ ମହିଳାକୁ ୫ ବର୍ଷ ଜେଲ ଅନୁଗୋଳ – ଦେଢ଼ ବର୍ଷ ତଳେ ନାଲ୍କୋ ଥାନା ଇଲାକା ଗିରାଙ୍ଗ ଅଞ୍ଚଳରୁ ଏକ ଟ୍ରାଉନ୍ସୁଗର ଜବତ ମାମଲାର ରାୟ ଶୁକ୍ରବାର ଅତିରିକ୍ତ ସ୍ଵତନ୍ତ୍ର ଜିଲ୍ଲା ଓ…
ବଦଳିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ପ୍ରକଳ୍ପ ନିର୍ଦେଶକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲୀପ କୁମାର ସାହୁଙ୍କ ବଦଳି ହୋଇଛି । ଦିଲୀପ କୁମାର ସାହୁଙ୍କୁ ଏକ୍ସପୋର୍ଟ ପ୍ରୋମୋସନ…
ବିବାଦ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ରୋଗୀଙ୍କୁ ଝଡାଫୁଙ୍କା , ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ ଅନୁଗୁଳ – ବିବାଦ ପିଛା ଛାଡ଼ୁନି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର । ପୂର୍ବରୁ ୱାର୍ଡ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କାର ଅଭିଯୋଗ ଅନେକ ଥର ଆସିଛି…