ମୁଖ୍ୟ ଖବର ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ , ମିଶ୍ରପଡାର ବିଶ୍ୱ ନାୟକ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ତାଙ୍କ ଝିଅ ସୁପ୍ରଭାକୁ କାଣ୍ଡସର ଛାଡ଼ିବାକୁ ଯାଉଥିଲେ । ତେବେ ତୁରଙ୍ଗ ନିକଟରେ ସେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରକୁ ଓଭରଟେକ୍ କରୁଥିବା ବେଳେ ମୋଟରସାଇକେଲ ଚକ ଖସି ଯିବାରୁ ବିଶ୍ୱ ଟ୍ୟାଙ୍କର ଚକ ତଳେ ପଡି ଯାଇଥିବା ବେଳେ ସୁପ୍ରଭା ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବଙ୍କ ମୃତ୍ୟୁ ହୋଇଥିଲା । ଝିଅ ସୁପ୍ରଭାଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ମୋଟରସାଇକେଲକୁ ଜବତକରି ଏକ ମାମଲା ରୁଜୁ କରିଛି । ଟ୍ୟାଙ୍କର ଚାଳକ ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । Advertisement
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…
ସିଙ୍ଗରାଣୀ କମ୍ପାନୀର ଗଛକଟାକୁ ତୀବ୍ର ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ଛେଣ୍ଡିପଦା ସରଂକ୍ଷିତ ଜଙ୍ଗଲରେ ଗଛ କଟାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସରକାର ଓ ପ୍ରଶାସନର…