ଖେଳ ଓ ଖେଳାଳି କମାଣ୍ଡୋ-୧୧ ଚମ୍ପିୟାନ Angul OnlineOctober 15, 2021October 15, 2021 ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ ତେଲକୋଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ୩ ଟି ଫର୍ମାଟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ କମଣ୍ଡୋ ୧୧ ଜିତିଥିବା ବେଳେ ୨ୟ ମ୍ୟାଚ୍ ତେଲକୋଇ ଜିତିଥିଲା । ଫଳରେ ଶେଷ ମ୍ୟାଚ୍ ନିର୍ଦ୍ଧାରିତ ୩ ଓଭରରେ କମାଣ୍ଡୋ-୧୧ ପ୍ରଥମେ ବ୍ୟାଟିଂ କରି ୫୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ତେଲକୋଇ ୪ ୱିକେଟ ହରାଇ କେବଳ ୩୧ ରନ୍ ସଂଗ୍ରହ କରିପାରିଥିଲା । ଲୁଟୁ ୱାରିଅର୍ସର ଫାଇନାଲ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଙ୍ଘର ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ରାଜ୍ୟ ଯୁବ ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାଉତରାୟ , ଯୁବମୋର୍ଚ୍ଚା ମୁଖପାତ୍ର ଶ୍ରୀ ପୁରୁଷତ୍ତମ ନାୟକ ଯୋଗଦାନ କରିବା ସହ ଉଭୟ ଦଳଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରିମିୟର ଲିଗ୍ କୁ ଚିନ୍ମୟ ସାହୁ , ସଞ୍ଜୀବ ପାତ୍ର ଓ କ୍ରାନ୍ତିରଞ୍ଜନ ଅମାନ୍ତ ଏବଂ ସ୍କୋରର ସନ୍ତୋଷ ବରାଳ ପରିଚାଳନା କରିଥିଲେ । ଶିମିଳିପଡାର ମହିମା ନେହେରୁ କ୍ଲବ ସଦସ୍ୟ ଅନୁପ ସାମଲ , ଅରୂପ ସାମଲ, ନବୀନ ସାମନ୍ତ, ସୂର୍ଯ୍ୟକାନ୍ତ ପ୍ରଧାନ, ସୂର୍ଯ୍ୟନାରାୟଣ ପଟ୍ଟନାୟକ , ରଶ୍ମିରଞ୍ଜନ ସାହୁ , ରାକେଶ ସାମଲ , ସନ୍ଦୀପ କର , ଦେବି ରଞ୍ଜନ ସାମଲ ପ୍ରମୁଖ ସହଯୋଗ କରିଥିଲେ । Advertisement
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟର ଉଦଘାଟନ ହୋଇଥିଲା । ଉଦଘାଟନି…
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…