ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ Angul OnlineOctober 16, 2021October 16, 2021 ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ କରା ଯାଇଛି । ଏହି ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅରାହାଟ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୋଉଳିଗଡ ସରପଞ୍ଚ ରଞ୍ଜୁଲତା ପୃଷ୍ଟି, ଗଡ଼ସନ୍ତ୍ରୀ ସରପଞ୍ଚ ନର୍ମଦା ମାଝୀ ଯୋଗଦେଇଥିଲେ । ଯୁବ ନେତା ଅରୁଣାଭ ସିଂହଙ୍କ ତତ୍ୱାବଧାନ ଓ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା । ଦେବାଶିଷ ଗଡନାଏକ, ମିଥୁନ ଗଡନାଏକ, ଶସିକାନ୍ତ ବେହେରା, ଅଜିତ ସାମଲ, ମିଥୁନ ମାଝୀ ପ୍ରମୁଖ ଭାବେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିବା ବେଳେ ଏହି ଶିବିର ରେ ୧୩୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସେହିପରି ସନ୍ଧ୍ୟାରେ ଅନୁଗୁଳ ଅମଲାପଡାଠାରେ କେକ କାଟି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯିବା ସହ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଜୀବନ କାମନା କରା ଯାଇଥିଲା । ବିଜେଡିର ଯୁବ ନେତା ତାପସ ନାୟକଙ୍କ ନେତୃତ୍ବରେ ଚନ୍ଦନ କୁମାର ସାହୁ , ଲୁବୁନ ଜେନା , କଲ୍ଲୋଳ ପ୍ରଧାନ , ପ୍ରଦୀପ୍ତ ଦାସ ଆଦି ଏହି କାର୍ଯ୍ୟକ୍ରମରେ ରହି ହର୍ଷଉଲ୍ଲାସରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । Advertisement
ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ…
୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର…
ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ: ବିମଲେନ୍ଦ୍ର ଝା, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୋଳ – ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ତିଆରି ଉତ୍ପାଦନ କରିବା ଇସ୍ପାତ ଶିଳ୍ପର ଭବିଷ୍ୟତ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି…