ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ

ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲାର ପୁର୍ବତନ ଜିଲ୍ଲାପରିଷଦ ଅଧକ୍ଷା ଇଂ ସସ୍ମିତା ବେହେରାଙ୍କ ଦ୍ଵାରା ଆୟୋଜିତ ବୈଠକରେ ଜନ ଆନ୍ଦୋଳନ ରାଷ୍ଟ୍ରିୟ ସମନ୍ୱୟ ସମିତି ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ,ଖଣି ବିସ୍ଥାପନ ଜନ ଅଧିକାର ପରିଷଦ ସଭାପତି ବିଜୟ ପରିଡା , ଜନମତ ସଂଗଠନ ପରାମର୍ଶଦାତା ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଆଗାମୀ ଦିନରେ ୩୧ଟି କୋଇଲା ଖଣି ହେବାକୁ ଥିବା ବେଳେ ୧୧୦ଟି ଗ୍ରାମ ସିଧାସଳଖ ଭାବେ ପ୍ରଭାବିତ ହେବେ ବୋଲି କହିଥିଲେ । କୋଇଲା ଖଣି ହେଲେ ଏହା ସାଧାରଣ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇବ । ଏହାର ସୁରକ୍ଷା ଆମ ସମସ୍ତଙ୍କର ବୋଲି ମତ ପ୍ରକାଶ କରିବା ସହ ଶ୍ରୀ ସାମନ୍ତରାୟ ଯୋଗଦେଇ କହିଥିଲେ ଯେ ଆଜି ଏ ଅଞ୍ଚଳକୁ ବୁଲିବାକୁ ଆସିଥିଲି ଏବଂ ଆଗାମୀ ଦିନରେ ବିସ୍ଥାପିତ ହେବାକୁ ଥିବା କିଛି ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲି । ରାଜ୍ୟ ଓ କେନ୍ଦ୍ର ସରକାର ଏ ଅଞ୍ଚଳରେ ହେବାକୁ ଥିବା ନୂତନ ଖଣିକୁ ବନ୍ଦ କରାଯାଉ ଏବଂ ଏ ଅଞ୍ଚଳର ଜନସାଧାରଣଙ୍କ ସହିତ ଆଲୋଚନା କରାଯାଇ ଏକ ବ୍ଲ୍ୟୁ ପ୍ରିଂଟ ପ୍ରସ୍ତୁତ କରାଯାଉ ଏବଂ ଜନସାଧାରଣଙ୍କ ମତକୁ ଅଗ୍ରାଧିକାର ଦିଆଯାଉ ବୋଲି ପ୍ରକାଶ କରିଥିଲେ । ଏହି ବୈଠକ ଚାଲୁଥିବା ବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ମନ୍ଦିର ପରିସରରେ ଏ ଭଳି ବୈଠକକୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହାକୁ ତିବ୍ର ବିରୋଧ କରିଥିଲେ । ଫଳରେ ବେଠକକୁ ଅଧାରୁ ବନ୍ଦ କରାଯାଇଥିଲା ।

What’s your Reaction?
+1
0
+1
0
+1
1
+1
1
+1
0
+1
0
+1
0

Leave a Reply