ଖେଳ ଓ ଖେଳାଳି କବାଡି ଟୁର୍ଣ୍ଣାମେଣ୍ଟରେ ଉଦଯାପିତ – କୁରୁମିଠା ଚମ୍ପିୟାନ Angul OnlineOctober 17, 2021October 17, 2021 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଏମ୍ସିଏଲ, କୁରୁମିଠା, ଥର୍ମାଲ, କିଶୋରିପାଳ ଆଦି ଦଳ ଯୋଗ ଦେଇଥିବା ବେଳ ଥର୍ମାଲ ଓ କୁରୁମିଠା ଦଳ ଫାଇନାଲକୁ ଉତିର୍ଣ୍ଣ ହୋଇଥିଲେ । ଫାଇନାଲ୍ ମ୍ୟାଚ ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ପରିଶେଷରେ କୁରୁମିଠା ଦଳ ଚମ୍ପିୟାନ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଯୁବ ନେତା ଅରୁଣାଭ ସିଂହ, ୨୮ ଜିଲ୍ଲା ପରିଷଦ ଯୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । Advertisement
ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ –…
ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ତାଳଚେର ବିଜୟୀ ଅନୁଗୁଳ – ହକି ପୁରୁଷ ବିଶ୍ୱକପ ୨୦୧୩ ର ପ୍ରଚାର ପ୍ରସାର ସହ ଅନ୍ୟ ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ…
ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଫାଇନାଲରେ କମାଣ୍ଡୋ ୧୧ ଏବଂ ତେଲକୋଇ ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା…