ମୁଖ୍ୟ ଖବର ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା – ପୁଲିସକୁ ହେବାକୁ ପଡିଲା ନାକେଦମ Angul OnlineOctober 18, 2021October 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି(ସୋମବାର) ଏକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ ସମ୍ପର୍କୀୟ ମାନେ ତେଲ ଘଷି ଚିକିତ୍ସା କରିବା ସହ ମୃତଦେହକୁ ନେଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଆଜି ଅପରାହ୍ନରେ ମୁଖ୍ୟ ଚିକିତ୍ସାଳୟରେର ବର୍ହି ବିଭାଗ ନିକଟରେ ଏଭଳି ଏକ ଡ୍ରାମା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି ଢେଙ୍କାନାଳ ଜିଲା ବାଲିମି ଥାନା ବଙ୍ଗିଡ଼ି ଗାଁର ଆଲୋକ ନାଏକ ନାମକ ଜଣେ ଯୁବକ ପୋଖରୀରୁ ପଦ୍ମ ଫୁଲ ତୋଳିବା ପାଇଁ ଯାଇଥିଲେ । ପଦ୍ମ ଫୁଲ ତୋଳିବା ବେଳେ ସେ ସେହି ପୋଖରୀ ପାଣିରେ ବୁଡି ଯାଇଥିଲେ । ତାକୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଡାକ୍ତରଙ୍କ କଥାକୁ ପରିବାର ଲୋକ ଭରସା କରି ନଥିଲେ । ପରିବାର ଲୋକେ ତାଙ୍କୁ ଜୀବିତ କହି ତାଙ୍କ ଦେହରେ ତେଲ ଲଗାଇବା ଆରମ୍ଭ କରିଥିଲେ । ତେଲେ ଘସି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିବା ସହ ମୃତଦେହକୁ ଡାକ୍ତରଖାନାରୁ ନେଇ ଯିବାକୁ ଚେଷ୍ଟା କରିଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭୁଝା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ହେଲେ ପରିବାର ଲୋକ ବୁଝିବାକୁ ନାରାଜ ହେବା ବେଳେ ପୁଲିସକୁ ନାକେଦାମ ହେବାକୁ ପଡିଥିଲା । ପ୍ରାୟ ଘଣ୍ଟାଏ ଧରି ଏଭଳି ଡ୍ରାମା ଚାଲିଥିବା ବେଳେ ଶେଷରେ ପୁଲିସର ବରିଷ୍ଠ ଅଧିକାରୀ ମାନେ ଆସି ବୁଝାସୁଝା କରିବା ସହ ପୁଲିସ୍ ଉପସ୍ଥିତିରେ ପୁଣି ଜଣେ ନୂଆ ଡାକ୍ତର ପରୀକ୍ଷା କରି ଆଲୋକକୁ ମୃତ ଘୋଷଣା କରିଥିଲେ । ଏହାପରେ ଉତ୍ତେଜନା କମିଥିଲା ଏବଂ ଶବ ବ୍ୟବଛେଦ ପାଇଁ ସଂରକ୍ଷିତ ରଖା ଯାଇଥିଲା । Advertisement
କାର ଧକ୍କାରେ ମୋଟରସାଇକେଲ ଚାଳକ ମୃତ ଅନୁଗୁଳ – କାର୍ ଧକ୍କାରେ ଜଣେ ମୃତ । ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ଛକ ନିକଟରେ ମୋଟରସାଇକେଲକୁ କାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…
ସରକାରୀକା ମାଲ , ଦରିଆ ମେ ଡାଲ !! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମିଳିଲା ପେଟି ପେଟି ଏକ୍କ୍ସପାରି ଔଷଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଭଙ୍ଗା ବେଳେ ଏକ କ୍ଵାଟରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରକାରୀ ଏକ୍ସପାରି ଔଷଧ…
ରାଜପଥ ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ – ମରାମତି ଓ ନୋ ଏଣ୍ଟ୍ରିର ମିଳିଲା ପ୍ରତିଶ୍ରୁତି ଅନୁଗୁଳ – ସମୂହ ଭାବେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଜନ ଗଣ ମନ ଅଧିନାୟକ , ଭାରତ ଭାଗ୍ୟ ବିଧାତା ଗାନ କଲେ । ସେହି…