ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ ବଞ୍ଚିତ ଅନେକ ସାମ୍ବାଦିକ – ତୁରନ୍ତ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବି

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ ବଞ୍ଚିତ ଅନେକ ସାମ୍ବାଦିକ – ତୁରନ୍ତ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବି

ତାଳଚେର – କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡ଼ରୁ ବଞ୍ଚିତ ହୋଇଥିବାରୁ ସାମ୍ବାଦିକ ମାନେ ଆଜି ପ୍ରତିବାଦ ଜଣାଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡର ସାମ୍ବାଦିକ ମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଚଳିତ ବର୍ଷ ଜୁନ୍ ମାସରେ ସ୍ୱାସ୍ଥ୍ୟବୀମା କାର୍ଡ଼ ପାଇଁ ସାମ୍ବାଦିକମାନେ ବିଧିବଦ୍ଧ ଭାବେ ଆବେଦନ କରିଥିବା ବେଳେ  ଦୀର୍ଘ ଚାରି ମାସ ପରେ କିଛି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ଅନ୍ତର୍ଭୁକ୍ତ ହୋଇନଥିବା  ନେଇ ଏକ ତାଲିକା ସାମ୍ବାଦିକଙ୍କ ହସ୍ତଗତ ହୋଇଥିଲା । ତେବେ ଅନେକ ବରିଷ୍ଠ ସାମ୍ବାଦିକ ଏଥିରୁ ବାଦ୍ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା । ନବୀକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ କରିଥିବା ବେଳେ ସାମ୍ବାଦିକଙ୍କ ନାଁ ବୀମାର ଅନ୍ତର୍ଭୁକ୍ତ ହେଇନଥିବାରୁ ବିରୋଧକରି ବହୁ ସାମ୍ବାଦିକ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସୈାରଭ ପ୍ରଧାନ ଓ ସହକାରୀ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ନାଏକଙ୍କୁ ବାକି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା କାର୍ଡ଼ କାହିଁକି ହୋଇନାହିଁ ତାହାର କାରଣ ପଚାରିବା ସହ ବାଦ୍ ପଡ଼ିଥିବା ସାମ୍ବାଦିକଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏନେଇ ଆବଶ୍ୟକୀୟ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜାତୀୟ ରାଜପଥ ଅବରୋଧ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଥିଲେ । ସେହିପରି ଅନୁଗୁଳ ଜିଲ୍ଲା ସମ୍ବାଦିକଙ୍କ ମଧ୍ୟରୁ ଅନେକ ସମ୍ବାଦିକଙ୍କୁ ଚଳିତ ଥର ବିନା ଅନ୍ତର୍ଭୁକ୍ତ କରା ଯାଇ ନଥିବାରୁ ଅସନ୍ତୋଷ ଦେଖା ଦେଇଛି ଏଥିପାଇଁ ଆଜି ଅନୁଗୁଳ ଜିଲ୍ଲା ସାମ୍ବାଦିକ ମାନଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଦୁଃଖବନ୍ଧୁ ମାଝୀଙ୍କୁ ଏ ସମ୍ପର୍କରେ ପଚାରିବା ସହ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି ତୁରନ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନଥିବା ସାମ୍ବାଦିକ ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବି କରା ଯାଇଛି

What’s your Reaction?
+1
0
+1
0
+1
0
+1
0
+1
8
+1
0
+1
0

Leave a Reply