ଭସାଣି ବେଳେ ଦୁର୍ଘଟଣା – ୫ ଆହତ

ଭସାଣି ବେଳେ ଦୁର୍ଘଟଣା – ୫ ଆହତ

କଣିହାଁ – ଭସାଣି ବେଳେ ଦୁର୍ଘଟଣା ଭସାଣିରେ ଯାଉଥିବା ଟ୍ରାକ୍ଟର ଧକ୍କାରେ ୫ ଗୁରୁତର । ଅନୁଗୁଳ ଜିଲ୍ଲା କଣିହାଁ , ଗଣ୍ତମାଳା ଗ୍ରାମରେ ଏଭଳି ଘଟଣା ଘଟିଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଗ୍ରାମରେ ଲକ୍ଷ୍ମୀପୂଜା ଭସାଣି ଚାଲିଥିବା ବେଳେ ହଠାତ ଟ୍ରାକ୍ଟର ଧକ୍କା ଦେବାରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରାକ୍ଟର ଡ୍ରାଇଭର ଭସାଣି ସମୟରେ ଗାଡି ଛାଡି ତଳକୁ ଓହ୍ଲାଇଥିବା ବେଳେ ସେ ଅଞ୍ଚଳର ଜୈନେକ ନିଶା ଶକ୍ତ ଯୁବକ ହଠାତ୍ ଟ୍ରାକ୍ଟରଟିକୁ ଦୃତଗତିରେ ଆଗକୁ ନେଇ ଯାଇଥିଲେ । ଫଳରେ ଭସାଣିରେ ଯାଉଥିବା ଲୋକମାନଙ୍କ ଉପରେ ଟ୍ରାକ୍ଟରଟି ମାଡି ଯାଇଥିଲା ଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ । ଗଣ୍ତମାଳା ଗ୍ରାମପଞ୍ଚାୟତର ସରପଞ୍ଚ କୁନି ଦେହୁରୀ ଆହତ ବ୍ୟକ୍ତିମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଣକୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ତିନିଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ରେଙ୍ଗାଳି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

What’s your Reaction?
+1
0
+1
0
+1
3
+1
0
+1
0
+1
1
+1
1

Leave a Reply