ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ

ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର  ମୃତ ଦେହ ଉଦ୍ଧାର ହୋଇଛି ହାତୀ ଟି ଗତ ୩/୪ ଦିନ ହେବ ଏକ ୩୦ ଟିକିଆ ହାତୀ ପଲ ସହ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଗ୍ରାମବାସୀ କହିଥିବାବେଳେ ଗତ ଦୁଇ ଦିନ ହେବ ଏହି ହାତୀଟି ନିଜ ଦଳରୁ ଅଲଗା ହୋଇ ଯାଇଥିଲା ତେବେ ଶନିବାର  ହାତୀଟିର ମୃତଦେହ ଏକ ଜମିରୁ ଠାବ କରାଯାଇଛି ଭୋରରୁ କିଛି ଗ୍ରାମବାସୀ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀଟିର ମୃତଦେହ ପଡିଥିବାର ଦେଖିଥିଲେ ଏବଂ ବନବିଭାଗ  କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦେବଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡଙ୍ଗୀ, ପାଲଲହଡା ବନାଞ୍ଚଳ ଅଧିକାରୀ ଦୁର୍ଯ୍ୟୋଧନ ଜେରାଇ,  ଆଞ୍ଚଳିକ ବନ ସଂରକ୍ଷକ ଅରୁଣ ମିଶ୍ର ପ୍ରମୂଖ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଇ ଥିଲେ । ପ୍ରାରମ୍ଭିକ ତଦନ୍ତରୁ ହାତୀଟି କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ବନ ଅଧିକାରୀ ମାନେ କହିଛନ୍ତି ।  ତେବେ ଏଠାରେ ସୂଚନା ଯୋଗ୍ୟ ଯେ ଗତ ଦେଢ଼ମାସ ମଧ୍ୟରେ ପାଲଲହଡା ଉପଖଣ୍ଡରେ ଦନ୍ତାହାତୀ ମୃତ୍ୟୁର ଏହା ଦ୍ୱିତୀୟ ଘଟଣା । ଗତ ମାସ ୧୧ ତାରିଖରେ ଖମାର ବନଖଣ୍ଡ ଅନ୍ତର୍ଗତ ପାଉଁସିଆ ଜଙ୍ଗଲରୁ ଶିକାରୀ ମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀ ର ମୃତ୍ୟ ହୋଇଥିଲା ।

What’s your Reaction?
+1
0
+1
1
+1
0
+1
0
+1
0
+1
0
+1
2

Leave a Reply