ଆଞ୍ଚଳିକ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ Angul OnlineOctober 24, 2021October 24, 2021 ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବା ସହିତ ସଂଗଠନର ବିଭିନ୍ନ ପଦ ଘୋଷିତ ହୋଇଥିଲା । ସଂଗଠନର ସଭାପତି ଭାବେ ବାପୁଜୀ ପ୍ରଧାନ ଚୟନ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପିନାକୀ ପ୍ରସାଦ ସିଂ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ସଂରକ୍ଷଣ , ପଶୁ ପକ୍ଷୀ ସେବା , ଶିକ୍ଷା ଓ ସ୍ବାସ୍ଥ ସଚେତନତା ଓ ସେବା , ଅସହାୟଙ୍କୁ ବସ୍ତ୍ର ଦାନ , ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ସ୍ବେଚ୍ଛାକୃତ ରକ୍ତ ଦାନ ସେବା ଆଦି ଜନ କଲ୍ୟାଣ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସଂଗଠନର ସଭାପତି ସୁଚନା ଦେଇଛନ୍ତି । Advertisement
ଓକିଲ ସଙ୍ଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସଙ୍ଘର ୩୬୯ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିବେ…
ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା…
ଜଳିଗଲା ଆଠ ବଖରା ଘର ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ…