ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଜଣେ ମୃତ Angul OnlineOctober 25, 2021October 25, 2021 ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୁକୁରପେଟା ଧୁବାମଳିହା ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସାଇକଲ ଆରୋହିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୁକୁରପେଟା ଗ୍ରାମର ବିଦ ପ୍ରଧାନ । ସେ ଆଜି ଅପରାହ୍ନ ୩ ଟା ସମୟରେ ନିଜଘର କୁକୁରପେଟାରୁ ଏକ ସାଇକେଲରେ ୨୦ ମାଇଲ ଛକକୁ ଆସୁଥିବା ବେଳେ ପଛରୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ବିଦ ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା । ପରିବାର ଲୋକେ ପହଞ୍ଚି ବିଦଙ୍କ ମୃ୍ତ୍ୟୁ ହୋଇଥିବା ଦେଖି ଛେଣ୍ତିପଦା ପୁଲିସକୁ ସୂଚନା ଦେଇଥିଲେ । ଛେଣ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…
ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ ଅନୁଗୁଳ – ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ମଦନ ମହନ ପାଟଣାସାହିର ଶମ୍ଭୁନାଥ ପ୍ରଧାନ (୬୨) ଆଜି ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ…
ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର…