ମୁଖ୍ୟ ଖବର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିଶାଳ ଚାଷୀ ବିକ୍ଷୋଭ Angul OnlineOctober 27, 2021October 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମକୁ ଦଖଲ ପ୍ରଦାନ କରିନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ନେତୃତ୍ୱରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହେବାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବିକ୍ଷୋଭ ପୂର୍ବରୁ ଅନୁଗୁଳ ଉପଖଣ୍ଡର ବିଭିନ୍ନ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଷ୍ଟାଡିୟମ୍ ଠାରେ ସମବେତ ହୋଇ ଶୃଙ୍ଖଳିତ ଭାବେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ୍ ଦେଇ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ କମିଟିର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କମିଟି ସଭାପତି ଭାସ୍କର ଦେହୁରୀ, ସମ୍ପାଦକ କାଳୀଚରଣ ପ୍ରଧାନ, ଯତିନ୍ଦ୍ର ପ୍ରଧାନ, ଗିରିଶ ଚନ୍ଦ୍ର ସାହୁ, ଚକବନ୍ଦୀ ଉଚ୍ଛେଦ ସଂଘ ସମ୍ପାଦକ ନିର୍ମଳ ଅଗ୍ରୱାଲା, ରୁରାଲ୍ ଏଣ୍ଡ ହାଉସିଂ ବୋର୍ଡ ଅଧ୍ୟକ୍ଷ ମୀନକେତନ ଅମାନ୍ତ, ପୂର୍ବତନ ଅନୁଗୁଳ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାଚରଣ ପ୍ରଧାନ, ହିଡିସିଂହ ଜଳସେଚନ ଯୋଜନା କାର୍ଯ୍ୟକାରୀ କମିଟି ସଭାପତି ଦିନେଶ ଦେହୁରୀ, ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର କାର୍ଯ୍ୟକର୍ତ୍ତା ଭିକାରୀ ପ୍ରଧାନ, ନିରୋଦ ଚନ୍ଦ୍ର ପାଳ, ନବକିଶୋର ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ଯେ ଜମିଜମା ଚକ ଚିହ୍ନଟକରି ପ୍ରଦାନ ନ କରିବା ଯୋଗୁଁ ପ୍ରାୟ ୪୦ବର୍ଷ ଧରି ପ୍ରତ୍ୟେକ ଲୋକ ତାଙ୍କର ପୂର୍ବ ଶାବକ ଜମି ଦଖଲ କରିଆସୁଛନ୍ତି । କିନ୍ତୁ ଆବଶ୍ୟକସ୍ଥଳେ ଜମି ଖରିଦ, ବିକ୍ରି ହୋଇପାରୁ ନାହିଁ । ୧୯୫୨-୬୨ ବନ୍ଦୋବସ୍ତ ଅନୁଯାୟୀ ଜମି ଦଖଲ ଥିବାରୁ ଚିହ୍ନଟ ହୋଇପାରୁନାହିଁ । ରାଜସ୍ୱ ଓଗେର ନଦେଲେ ବାସିନ୍ଦାକୁ ଜାତି, ଆୟ, ଉତ୍ତରାଧିକାରୀ ପ୍ରମାଣପତ୍ର ମିଳୁନାହିଁ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଥିବା ଏହି ଜିଲ୍ଲାରେ କାରଖାନା ପ୍ରତିଷ୍ଠା, ଖଣି, ରେଲୱେ ଓ ସଡକ ପାଇଁ ଜମି ଅଧିଗ୍ରହଣ ସମୟରେ ଶାବକ ଦଖଲ ଭୋଗ କରୁଥିବା ପ୍ରଜାଙ୍କୁ କ୍ଷତିପୂରଣ ମିଳି ପାଇପାରୁନାହିଁ । ଆବଶ୍ୟକସ୍ଥଳେ ଜମି ହରାଇ ମଧ୍ୟ କର୍ମ ସଂସ୍ଥାନ ପାଇପାରୁନାହାନ୍ତି । ଏଣୁ ପ୍ରଶାସନ ଓ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ସହ ଏକ ପ୍ରତିନିଧି ଦଳ ବିକ୍ଷୋଭ ସ୍ଥଳରୁ ଯାଇ ଦାବିପତ୍ର ପ୍ରଦାନ କରିବାସହ ଆଲୋଚନା କରିଥିଲେ । ଦାବି ସମ୍ପର୍କରେ ପ୍ରଶାସନ ଅବଗତ ଅଛି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପ୍ରଶାସନିକ ସ୍ତରରେ ପଦକ୍ଷେପକୁ ତ୍ୱରାନ୍ୱିତ ନକଲେ ଆଗାମୀ ଦିନରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । Advertisement
ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର…
ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି…
ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ…