ଅପରାଧ ୫ ବର୍ଷ ଶିଶୁକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ Angul OnlineOctober 29, 2021October 29, 2021 ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ବେଲସୁଣ୍ଡା ଗ୍ରାମରେ ଦେଢ଼ ବର୍ଷ ତଳେ ଜଣେ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ ପ୍ରକାଶ ପାଇଛି । ସିଜେଏମ୍ ଚୌଧୁରୀ ବାସୁଦେବ ପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ବେହେରାକୁ ୧ ବର୍ଷ ୮ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ କୁନା ବେହେରାର ଘର ଠାକୁରଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ ବେଲସୁଣ୍ଠାରେ ତା’ର ଭିଣୋଇ ଘରେ ରହୁଥିଲା । ସୂଚନା ଅନୁସାରେ , ୨୦୨୦ ମସିହା ଫେବ୍ରୁଆରୀ ୨୪ ତାରିଖ ଅପରାହ୍ନରେ ବେଲସୁଣ୍ଡା ଗ୍ରାମର ପବନା ଭୋଇଙ୍କ ସାନ ଭାଇର ନିର୍ବନ୍ଧ ବଇଣ୍ଡା ଅଞ୍ଚଳରେ ଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଭିଯୁକ୍ତ କୁନାକୁ ନିମନ୍ତ୍ରଣ କରିଥିଲେ ପବନାଙ୍କ ପରିବାର ଲୋକ । ତେବେ ସମସ୍ତେ ଗାଡ଼ିରେ ବସି ବାହାରିଲା ବେଳକୁ କୁନାଙ୍କ ପାଇଁ ଆଉ ଗାଡ଼ିରେ ଜାଗା ହୋଇନଥିଲା । ତେଣୁ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ସମସ୍ତେ ନିର୍ବନ୍ଧରେ ଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ଘରେ ପବନାଙ୍କ ୫ ବର୍ଷର ପୁତୁରା ଥିଲା । ଗାଡ଼ିରୁ ଓହ୍ଲାଇ ଦେବାର ଅପମାନର ପ୍ରତିଶୋଧ ନେବାକୁ ଯାଇ ପବନାଙ୍କ ପୁତୁରାକୁ ଆକ୍ରମଣ କରିଥିଲା ଜୁନା । ସାଙ୍ଗ ମେଳରେ ଖେଳୁଥିବା ୫ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ଦେଇଥିଲା । ଫଳରେ ଶିଶୁପୁତ୍ର ଗୁରୁତର ହୋଇଥିଲା । ନିର୍ବନ୍ଧରୁ ଫେରି ପରିବାର ଲୋକ ଶିଶୁପୁତ୍ରକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପବନା ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ ନଂ ୨୩୦ / ୨୦ରେ ମାମଲା ରୁଜୁ କରିଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ସବ୍ଇନ୍ସପେକ୍ଟର ବିପ୍ଳବ ସାହୁ ଅଭିଯୁକ୍ତ କୁନା ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଏହି ମାମଲାର ଶୁଣାଣି ସିଜେଏମ୍ କୋର୍ଟରେ ଚାଲିଥିଲା । ମୋଟ୍ ୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିଭି କରି ସିଜେଏମ୍ ଚୌଧୁରୀ ବାସୁଦେବ ପାତ୍ର ଅଭିଯୁକ୍ତ କୁନା ବେହେରାକୁ ଦୋଷୀ ସାବ୍ୟସ୍ତ କରି ଉକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଧ୍ରୁବ ଚରଣ ସାହୁ ଏହି ମାମଲା ପରିଚାଳନା କରିଥିଲେ । Advertisement
ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ ଅନୁଗୋଳ – ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…