ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି

ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି

ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଗୁଳ ଏସପି ଅଫିସ ଘେରାଉ  କରାଯାଇଥିଲା ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ମାନେ ଅନୁଗୁଳ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଅନୁଗୁଳ ଏସ୍ପି ଅଫିସ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ  ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇ ରାଜ୍ୟରେ ଅନ୍ଧମୁକ ବଧିର ନାରୀ ଧର୍ଷଣକାରୀ ବିଜେଡି ସରକାର ଚାଲିଥିବା ଅଭିଯୋଗ କରି ସରକାର ଉପରେ ବର୍ଷିଥିଲେ ରାଜ୍ୟ ସରକାର ମହିଳା ମାନଙ୍କୁ ସମ୍ମାନର କଥା କହୁଥିବା ବେଳେ ରାଜ୍ୟରେ ପ୍ରତ୍ୟେକ ଦିନ ନାରୀଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାରରେ ଆଜି ଓଡ଼ିଶା ଏକ ନମ୍ବର ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । କଳାହାଣ୍ଡିର ଅଧ୍ୟାପିକା ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ରହିଛି , ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଏହା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବୀ କରିଥିଲେ । ତେବେ ଆଜି ଏହି ଏସପି ଅଫିସ ଘେରାଉ ବେଳେ ବିଜେପି କର୍ମକର୍ତ୍ତା ମାନେ ଅଫିସ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ ଯେଉଁଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା ପୁଲିସ ସହ ଧସ୍ତାଧସ୍ତି , ଠେଲାପେଲା ହୋଇଥିଲା । ପରେ ପୁଲିସ ପ୍ରାୟ ୩୦୦ରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତାଙ୍କୁ ଗିରଫ କରିଥିଲା । ଏହି ଘେରାଉ ବେଳେ ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ , ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର , ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ଯଯାତି ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ , ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ , ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ସୁଶାନ୍ତ ସାମଲ ,ସଂଯୁକ୍ତା ମହାରଣା, ରୋଜାଲୀନ ଦାସଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
2

Leave a Reply