ମୁଖ୍ୟ ଖବର ହାତୀ ଆକ୍ରମଣରେ ଯୁବକ ମୃତ Angul OnlineOctober 29, 2021October 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ । ମୃତକ ଜଣଙ୍କ ପରା ଗ୍ରାମର ସୋମନାଥ ସାହୁ ବୋଲି ଜଣା ପଡିଛି । ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ ବାଇଗଣ ତୋଳି ଫେରୁଥିବା ବେଳେ ସୋମନାଥଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସୋମନାଥଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା l ତେବେ ଘଟଣା ସ୍ଥଳକୁ ବନ ବିଭାଗ ପହଞ୍ଚି ନଥିବାରୁ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ପରେ ବନ ବିଭାଗ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ…
କେନାଲରେ ଭାସିଗଲେ ବୋଲବମ ଭକ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ…
ବାହାଘର ବେଳେ କୋଭିଡ ନିୟମ ଉଲ୍ଲଘଂନ କରିବା ପଡିଲା ମହଙ୍ଗା ତାଳଚେର – କୋଭିଡ ନିୟମ ଉଲ୍ଲଙ୍ଘନ କରି ବିବାହ ଉତ୍ସବ ପାଳନ କରିବା ପଡିଛି ମହଙ୍ଗା । ନିୟମ ଠାରୁ ଅଧିକ ସଂଖ୍ଯାରେ ଲୋକ ଜମା ହୋଇଥିବା…