ଗାଁ ଭିତରେ ହାତୀ ଛୁଆ

ଗାଁ ଭିତରେ ହାତୀ ଛୁଆ

ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଛୁଆଟି ସେହି ସ୍ଥାନରୁ କେଉଁଆଡ଼େ ଯାଉ ନଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ବାଲିଜେରେଙ୍ଗ ଗ୍ରାମ ନିକଟରେ ଆଜି ଏକ ହାତୀ ଛୁଆ ରାସ୍ତା ଉପରେ ରହିଥିବା ଦେଖିବାକୁ ମିଳିଥିଲା ।  ଖବର ପାଇ ବନ ବିଭାଗ ପହଞ୍ଚି ହାତୀ ଛୁଆଟିକୁ ଜଙ୍ଗଲ ଭିତରକୁ ପଠାଇବା ପାର୍ଇ ଉଦ୍ୟମ କରିଥିଲା । ତେବେ ହାତୀ ଛୁଆ ଗାଁ ଭିତରକୁ ପଶି ଆସିଥିବା ଖବର ପାଇ ପ୍ରବଳ ଭିଡ ଜମିଥିଳା । ଏପରିକି ବନ ବିଭାଗ ଆଗରେ ଲୋକମାନେ ହାତୀ ଛୁଆକୁ ଚିଡାଇଥିଲେ , ଆଉ ବନ ବିଭାଗ ଦେଖଣାହାରୀ ସାଜିଥିଲା । ପରେ ଅପରାହ୍ନରେ ପ୍ରାୟ ୧୦ମାସର ହାତୀ ଛୁଆଟି ଜଙ୍ଗଲ ଭିତରକୁ ଯାଇଥିଲା । ଏବେ ହାତୀ ଛୁଆର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଛି । ସେପଟେ ନିଶା ଗାଁ ନିକଟରେ ମଧ୍ୟ ଆଜି ଏକ ଦାନତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି ରାସ୍ତା କଡା ଧାନ ବିଲରେ ହାତୀ ବୁଲୁଥିବା ଯୋଗୁଁ ସ୍ତନିଆୟା ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

What’s your Reaction?
+1
0
+1
1
+1
0
+1
0
+1
7
+1
0
+1
1

Leave a Reply