ମୁଖ୍ୟ ଖବର ଟ୍ରକ – ପିକଅପ ମୁହାଁମୁହିଁ ଧକ୍କା – ଜଣେ ମୃତ ,ଜଣେ ଗୁରୁତର Angul OnlineOctober 30, 2021October 30, 2021 ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମିଧରପୁର ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଏରୋଡା ଗ୍ରାମର ଅଜୟ କୁମାର ସ୍ୱାଇଁ ଓ ଗୁରୁତର ହେଲପର ଜଣଙ୍କ ବାପୁନି ଦାଶ ବୋଲି ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ଅଞ୍ଚଳର ଏକ ପିକଅପ ଭ୍ୟାନ ସମ୍ବଲପୁର ଅଞ୍ଚଳରୁ ପନିପରିବା ନେଇ ୫୫ ନଂ ଜାତୀୟ ରାଜପଥରେ ଅନୁଗୁଳ ଆସୁଥିବା ବେଳେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଟ୍ରକ ସହିତ ଜେରେଙ୍ଗ ଦେହୁରୀସାହିର ଲକ୍ଷ୍ମିଧରପୁର ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପିକଅପ ଚାଳକ ଅଜୟ କୁମାର ସ୍ୱାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଖଲାସି ବାପୁନି ଦାଶ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ଜରପଡା ପୁଲିସକୁ ଖବର ଦେବା ସହିତ ଗୁରୁତର ବାପୁନିଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । Advertisement
କାଳୀ ପୂଜା ଭଷାଣି ବେଳେ ଗାଁ ଦାଣ୍ଡ ହେଲା ରକ୍ତ ରଞ୍ଜିତ – କଟୁରି ଚୋଟରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ କଟୁରୀ ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…
ନବବିବାହିତା କିଶୋରୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଦୁର୍ଗାପୁର ଗ୍ରାମରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି । କିଶୋରନଗର ବ୍ଲକର…
ଡିଜେ ସାଉଣ୍ଡ ଉପରେ କଟକଣା ଲଗାଇଲା ପ୍ରଶାସନ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ପ୍ରଶାସନ କଟକଣା ଲଗାଇଛି । ଏହା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉପଖଣ୍ଡସ୍ତରୀୟ…