ମୋ କଲେଜ ଅଭିଯାନ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା – ଆକାଶ

ମୋ କଲେଜ ଅଭିଯାନ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା – ଆକାଶ

ଅନୁଗୁଳ – ମୋ ସ୍କୁଲ୍‌ର ସଫଳତା ପରେ ରାଜ୍ୟ ସରକାର ମୋ କଲେଜ ଅଭିଯାନଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱରେ ଥିବା ପୁରାତନ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭୂମିରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନ ଗୁଡ଼ିକର ପୁନଃ ନିର୍ମାଣରେ ସହଯୋଗୀ ଶକ୍ତି ହେବାକୁ ଲକ୍ଷ ରଖା ଯାଇଥିବା ବେଳେ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ୟ ଓ ପ୍ରବାସୀ ଓଡ଼ିଆଙ୍କୁ ଯୋଡି ଉଚ୍ଚଶିକ୍ଷାର ମାନବୃଦ୍ଧି ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଆଜି ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଅନୁଗୁଳ ଆସି ଅନୁଗୁଳ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଅବସରରେ ସେ ଏହି ଅଭିଯାନ ଓଡ଼ିଆ ଆଲୁମିନି ମାନଙ୍କୁ ଭାବପ୍ରବଣତା ସହିତ ବିନିଯୋଗ କରିବା ପାଇଁ ଏକ ମଞ୍ଚ । ଏହାଦ୍ୱାରା କଲେଜ ଦିନର ସ୍ମୃତିକୁ ଫେରିପାଇବାର ଅନ୍ୟତମ ସୁଯୋଗ । ଏହି ଅଭିଯାନ କେବଳ ଛାତ୍ରୀଛାତ୍ରଙ୍କ ପାଇଁ ସୀମିତ ନୁହେଁ  , ଅଣ-ଆଲୁମିନି , ସାମାଜିକକର୍ମୀ, ଦାତବ୍ୟ ସଙ୍ଗଠନ, ଗୋଷ୍ଠୀ ଓ ଅନୁଷ୍ଠାନ ମଧ୍ୟ ଏଥିରେ ଅଂଶ ହୋଇପାରିବେ ଏବଂ ଏହା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା କରିବା ସହ ରାଷ୍ଟ୍ରନିର୍ମାଣ, ଦକ୍ଷତା ବିକାଶ ତଥା ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ତାଙ୍କ ସହିତ ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକର ସ୍ଥାନ ହୋଇପାରିବ। ଆମେ ସମସ୍ତେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଅତ୍ୟନ୍ତ ମୂଲ୍ୟବାନ ସମୟ ଅତିବାହିତ କରିଥିଲେ ଏବଂ ଆମ ଭବିଷ୍ୟତ ନିର୍ମାଣ କରିଥିଲୁ ବୋଲି କହିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply