ମୁଖ୍ୟ ଖବର ଶୋଭାଯାତ୍ରା ହେଲା ଶେଷଯାତ୍ରା – ଘଟଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ Angul OnlineNovember 2, 2021November 2, 2021 ଅନୁଗୁଳ – ପେଟ୍ରୋଲ , ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଅନୁଗୁଳ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ଏହି ପ୍ରଦର୍ଶନ ବେଳେ ଆୟୋଜିତ ଶୋଭାଯାତ୍ରା ବେଳେ ସ୍ଥାନୀୟ ରାଧାରମଣ ପଡ଼ା ଅଞ୍ଚଳର ବନିତା ସାହୁ ନାମକ ଜଣେ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୋମବାର ଦିନ ଦରବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳର ଏକ ଶୋଭାଯାତ୍ରା ଓ ପ୍ରତିବାଦ ଅନୁଷ୍ଠିତ ହେଉଥିଲା । ତେବେ ଏହି ଶୋଭାଯାତ୍ରା ରାଧାରାମଣ ପଡାର ବନିତା ଚେତା ହରାଇ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ ହୋଇଥିଲା । ଏହି ଖବର ପାଇ ସେହି ଅଞ୍ଚଳର ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ମଞ୍ଜୁ ସାହୁ ଡାକ୍ତରଖାନାକୁ ଯାଇଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମତୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ସେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବା ସେହି ରାଧାରମଣପଡା ଅଞ୍ଚଳର ବିଜୁ ଯୁବ ବାହିନୀର ସଦସ୍ୟ ଅବିନାଶ ପରିଡା ତାଙ୍କୁ ଅସଭ୍ୟ ଭାଷାର ଗାଳି ଗୁଳଜ କରିବା ସହ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ଛାତିକୁ ଗୋଇଠା ମାରି ତଳେ ପକାଇ ଦେଇ ଥିଲେ । ଏପରିକି ତାଙ୍କ ମୋବାଇଲକୁ ଗୋଡ଼ରେ ଦଳି ଭାଙ୍ଗି ଚୁରମାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ସହ ମାଡ ଯୋଗୁଁ ତାଙ୍କ ଅବସ୍ଥା ଭଲ ନଥିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଘଟଣାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନୁଗୁଳ ଥାନାରେ ଅଭିଯୋଗ କରିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା ପ୍ରତିମା ମିଶ୍ର, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ରୋଜା ଲୀନ ଦାସ,ପ୍ରକାଶ କରିଛନ୍ତି । ସେପଟେ ଅବିନାଶ ମଞ୍ଜୁ ସାହୁଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ବନିତାଙ୍କ ମୃତ୍ୟୁ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଥିବା ବେଳେ ହଠାତ ମଞ୍ଜୁ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସେ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣା ପଡିଛି । Advertisement
କେନାଲ ରେ ବୁଡି ବୃଦ୍ଧ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମର କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଟଙ୍କଧର ନାଏକ…
ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ ଅନୁଗୁଳ – ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ବସ ଷ୍ଟାଣ୍ଡ , ବଜାର , ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲିଥିବା ବିଭିନ୍ନ…
ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର – ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର…