ଅପରାଧ ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ Angul OnlineNovember 2, 2021November 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ତେବେ ଲୁଟର ଶିକାର ହୋଇଥିବା ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବିଦ୍ୟୁତ ବିଲ ଆଦାୟ କରୁଥିବା ଚିତ୍ତ ରଞ୍ଜନ ପାଣି ନାମକ ଜଣେ ଯୁବକ ବାଙ୍କଧରାରୁ ତାଳଚେର ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ସମୟରେ ୨ ଜଣ ଯୁବକ ପଲସର ଗାଡ଼ିରେ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ନିକଟରେ ଥିବା ୮୨ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିବା ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ଆଉ ଏହି ତଦନ୍ତ ବେଳେ ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ପୁଲିସ ଜାଣିବାକୁ ପାଇଛି । ସେ ବିଲ ଅଦାୟ କରିଥିବା ଟଙ୍କା ଖର୍ଚ୍ଚ କରି ଦେଇଥିବା ବେଳେ ନିଜକୁ ଡିପୋଜିଟରୁ ବର୍ତ୍ତେଇବା ପାଇଁ ଏଭଳି କରିଥିବା ପୁଲିସ କହିଛି । Advertisement
କାର ପୋଡ଼ିଦେଲେ ଦୁବୃତ୍ତ ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା…
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ପୁଣି ନବଜାତ ଶିଶୁ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟର ବିଲରୁ ୧୦ଦିନ ତଳେ ଏକ ନବଜାତ…