ଖେଳ ଓ ଖେଳାଳିମୁଖ୍ୟ ଖବର ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ Angul OnlineJanuary 3, 2021January 3, 2021 ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । କେବଳ ସେତିକି ନୁହେଁ ପ୍ରତାପଙ୍କ ପୁରା ଗୋଷ୍ଠୀ ଚଳିତ ଥର କ୍ରିକେଟ ସଙ୍ଘକୁ କବଜା କରି ନେଇଛନ୍ତି । ସମସ୍ତ ପୁରୁଖା କ୍ରିକେଟ ଖେଳାଳି ମାନେ ଏଥର ଏକଜୁଟ ହୋଇଥିଲେ । ଫଳସ୍ଵରୂପ କେବଳ ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ ପଦ ପାଇଁ ଏଥର ଅକ୍ଷୟ କୁମାର ଦାସ ଓ ସାଗରନାଥ ମିଶ୍ରଙ୍କ ମଧ୍ୟରେ ସିଧାସଳଖ ଟକ୍କର ହୋଇଥିଲା । ତେବେ ଆଜି ଏଥିପାଇଁ ହୋଇଥିବା ଭୋଟରେ ସାଗରନାଥଙ୍କୁ ୨୩ ଖଣ୍ଡ ଭୋଟ ମିଳିଥିବା ବେଳେ ଅକ୍ଷୟଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିଲା । ଫଳରେ ସାଗରନାଥ ୧୮ ଖଣ୍ଡ ଅଧିକ ଭୋଟ ପାଇ ସମ୍ପାଦକ ଭାବେ ବିଜୟୀ ହୋଇଥିଲେ । ସେହିପରି ପ୍ରଭାତ କୁମାର ସିହ୍ନା ଓ ଅରୁଣ କୁମାର ପୁଷ୍ପାଳକ ଯଥାକ୍ରମେ ଉପ-ସଭାପତି-୧ ଓ ଉପ-ସଭାପତି-୨ ଭାବେ , ଗଙ୍ଗାଧର ପଟନାୟକ ଓ ସତ୍ୟେନ୍ଦ୍ର ପ୍ରଧାନ ଯୁଗ୍ମ ସମ୍ପାଦକ ୧ ଓ ୨ ଏବଂ ରଞ୍ଜନ କୁମାର ଧୀରସାମନ୍ତ କୋଷାଧ୍ୟକ୍ଷ ପଦ ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି କଦମ ପଡିଆସ୍ଥିତ ସଂଘ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରା ଯାଇଥିଲା । ଆଜିର ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଭୁପେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ନିର୍ବାଚନ ଅଧିକାରୀ ରହିଥିବା ବେଳେ ସନ୍ତୋଷ କୁମାର ନାୟକ ଓ ପ୍ରଶାନ୍ତ କୁମାର ରଥ ସହକାରୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । Advertisement
ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ପାଇଁ ପଞ୍ଜୀକରଣ ଆରମ୍ଭ ଅନୁଗୁଳ – ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ…
ମା କଳାପାଟ କ୍ରିକେଟ କପ୍ – ଗଡତରାଶ ବିଜୟୀ ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ତଳଗଡ ପଞ୍ଚାୟତ ରେ ମା କଳାପାଟ ଯୁବକ ସଂଘ ଦ୍ବାରା ଆୟୋଜିତ ମା କଳାପାଟ କ୍ରିକେଟ…
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…