ଅପରାଧ ଭିନ୍ନକ୍ଷମ ବୃଦ୍ଧ ଜୀବନ୍ତ ଦଗ୍ଧ Angul OnlineNovember 2, 2021November 2, 2021 ବନ୍ତଳା – ଅନୁଗୁଳ ବ୍ଲକ ଶଙ୍ଖପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ଭିନ୍ନକ୍ଷମ ବୃଦ୍ଧ ଜଳିଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ୬୩ ବର୍ଷୀୟ କୁମର ଦେହୁରୀ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଏନେଇ ଚିକିତ୍ସା ପରେ ୧୦ ବର୍ଷ ପୂର୍ବରୁ ତାଙ୍କର ଏକ ଗୋଡ଼କୁ କଟାଯାଇଥିଲା । ଫଳରେ ସେହିଦିନ ଠାରୁ ସେ ଗୋଟିଏ ଗୋଡ଼ ହରାଇଥିଲେ । ତେବେ ଆଜି ବିଳମ୍ବିତ ରାତିରେ ସେ ଶୋଇଥିବା କୋଠରୀ ମଧ୍ୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ସେ ସେଠାରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଆଜି ବଡ଼ି ଭୋରରୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ କୁମରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । Advertisement
ବ୍ରିଜ ତଳୁ ବୁବୁ ଭଞ୍ଜର ମୃତଦେହ ଉଦ୍ଧାର – ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକଙ୍କ…
ସ୍ବାମୀର ମାଡରେ ସ୍ତ୍ରୀ ମୃତ – ପରକ୍ରିୟା ସନ୍ଦେହରେ ହତ୍ୟା ଅଭିଯୋଗ ଅନୁଗୁଳ – ପରକ୍ରିୟା ସନ୍ଦେହରେ ସ୍ତ୍ରୀକୁ ମାଡ ମାରିଲା ସ୍ଵାମୀ । ସ୍ବାମୀର ମାଡରେ ଟଳି ପଡିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟନା ଅନୁଗୁଳ ଜିଲ୍ଲା…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…