ଅପରାଧ ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ Angul OnlineNovember 3, 2021November 3, 2021 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ ବ୍ୟବସାୟ ହୋଇ ଆସୁଥିବା ନେଇ କୋଲୋନୀବାସୀ ଅଭିଯୋଗ କରି ଆସୁଥିବା ବେଳେ ଆଜି ଦୁଇଜଣ ଯୁବକ ଗରାଖ ଆସିଥିବା ସୂଚନା ପୁଲିସକୁ ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି । ସୂଚନା ଅନୁସାରେ ଇନ୍ଦ୍ରହରି ନଗରରେ ଏକ ଭଡା ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲୁଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଥିଲେ । ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଦୁଇ ଯୁବକ ସେହି ଭଡା ଘରକୁ ଯାଇ ନିକଟରେ ଟହଲ ମାରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକକୁ ପଚରା ଉଚରା କରିଥିଲା । ଉଭୟ ଯୁବକ ପୁଲିସ ସମୁଖରେ ଘଟଣା ସ୍ୱୀକାର କରିବା ସହ ଗ୍ରାହକ ଯୋଗାଡ଼ କରୁଥିବା ଦଲାଲର ସୂଚନା ମଧ୍ୟ ଦେଇଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ହେଲେ ଘଟଣା ସ୍ଥଳରେ ଉକ୍ତ ଭଡ଼ା ଘରର ବାହାର ପାଖ ମୁଖ୍ୟ ଫାଟକ ରେ ତାଲା ଝୁଲୁଥିଲା ଏବଂ ସମ୍ମୁଖରେ ଏକ ଅଟୋ ଗାଡି ରହିଥିଲା । ଫଳରେ ପୁଲିସ ଘର ଭିତରକୁ ଯାଇ ପାରି ନଥିଲା କି ଯାଞ୍ଚ କରି ପାରି ନଥିଲା । ଉଭୟ ଯୁବକ ଆସିଥିବା ମୋଟରସାଇକେଲକୁ କିଛି ଦୂରରେ ଏକ ଢାବା ସମ୍ମୁଖରେ ରଖିଥିବା ବେଳେ ପୁଲିସ ବାଇକକୁ ଜବତ କରିଛି । ତେବେ ଏ ସମ୍ପର୍କରେ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇ ନାହିଁ । Advertisement
ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ…
ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ କାରକୁ ବନବିଭାଗ ଜବତ କରିଛି । ଘଟଣା…
ଫୁଟେ ଜାଗା ପାଇଁ ଦୁଇ ପରିବାର ଭିତରେ ଗଣ୍ଡଗୋଳ – ଟାଙ୍ଗିଆ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।…