ଅପରାଧ ବିପୁଳ ପରିମାଣର ବାଣ ଜବତ – ଜଣେ ଅଟକ Angul OnlineNovember 4, 2021November 4, 2021 ତାଳଚେର – ରାଜ୍ୟ ଓ କେନ୍ଦ୍ର ସରକାର କୋରାନା ମହାମାରୀ ପାଇଁ ବାଣ ବିକ୍ରି ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ତାଳଚେର ହାଟତୋଟା ସ୍ଥିତ ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସରେ ବାଣ ବିକ୍ରି ହେଉଥିବା ବେଳେ ପ୍ରଶାସନ ବିପୁଳ ପରିମାଣର ବାଣ ଜବତ କରିଛି । ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସର ରୁମ ନଂ-୦୯ ରୁ ଏହି ବିପୁଳ ପରିମାଣର ଗଛିତ ଥିବା ବେଆଇନ ବାଣ ଜବତ କରା ଯାଇଛି ।ଏଠାରେ ବେନିୟମ ଭାବେ ବାଣ ବିକ୍ରି ହେଉଥିବା ଖବର ପାଇ ତାଳଚେର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତରେ ତାଳଚେର ପୁଲିସ ଓ ପୌର ପାଳିକା କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଏବଂ ଏଠାରେ ମହଜୁଦ ପେଟି ପେଟି ବାଣ ଜବତ କରିଥିଲେ । ଆଉ ଏହି ବେନିୟମ ଭାବେ ବାଣ ଗଛିତ ରଖିବା ଅଭିଯୋଗରେ ଜଣଙ୍କୁ ପୁଲିସ ଅଟକ କରିଥିବା ଜଣା ପଡିଛି । Advertisement
ବିଦ୍ୟାଳୟ କୋଠରୀ ଭିତରୁ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୁଶକିଳା ପଂଚାୟତ ପାଖରେ ଥିବା ପରିତ୍ୟକ୍ତ ପ୍ରାଥମିକ ବିଦ୍ୟାଳୟ କୋଠରୀ ଭିତରୁ ପୁଲିସ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ…
ନାବାଳିକା ଅପହରଣ , ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ – ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି…
କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀ ସାବସ୍ତ୍ୟ ହେଲା ଅନାମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି…