ମୁଖ୍ୟ ଖବର ଥାନା ଘେରିଲେ ଶତାଧିକ ମହିଳା Angul OnlineNovember 5, 2021November 5, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓଡିଶା ଜିବୀକା ମିଶନରେ କାମ କରୁଥିବା ଶତାଧିକ ମହିଳା ବିପିଏମ୍ , ଜିବୀକା ସଂଯୋଜକ ଏବଂ ଏମବିକେଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଶୁକ୍ରବାର ଛେଣ୍ଡିପଦା ଥାନା ଘେରାଉ କରିଥିଲେ । ସୂଚନା ଅନୁସାରେ , ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ପଞ୍ଚାୟତରେ ଦୁଇଜଣ କୃଷିମିତ୍ର ଏବଂ ଦୁଇଜଣ ପ୍ରାଣୀ ମିତ୍ରଙ୍କୁ ବେଆଇନ ଭାବେ ବହିଷ୍କାର କରାଯାଇଥିବା ନେଇ ଗ୍ରାମର ମହିଳା ମାନେ ଛେଣ୍ଡିପଦା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ ନିମନ୍ତେ ଛେଣ୍ଡିପଦା ବିଡିଓ ବ୍ଲକର ଆକାଉଣ୍ଟାଟ୍ , ବ୍ଲକ ଜିବୀକା ମିଶନର ବିପିଏମ୍ ଏବଂ ଜିବୀକା ମିଶନର ସଂଯୋଜକଙ୍କୁ ଘଟଣାର ତଦନ୍ତ ପାଇଁ ଗତ ୨ ତାରିଖ ଦିନ ପାଟକୁମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ । ସେଠାରେ ପାଟକୁମୁଣ୍ଡା ପଞ୍ଚାୟତ ସ୍ତରୀୟ ମହାସଂଘର ମହିଳା , ସ୍ୱଂୟସହାୟକ ଗୋଷ୍ଠୀର ମହିଳା ଏବଂ ବହିଷୃତ ପ୍ରାଣୀମିତ୍ର ଏବଂ କୃଷି ମିତ୍ରଙ୍କୁ ନେଇ ଏକ ସଭା କରା ଯାଇ ଘଟଣାର ତଦନ୍ତ କରା ଯାଉଥିଲା । ଏହି ସମୟରେ ସଭାରେ ଉପସ୍ଥିତ ଥିବା ପାଟକୁମୁଣ୍ଡା ଗ୍ରାମର ମିନାକ୍ଷୀ ପ୍ରଧାନ ଏବଂ ପଞ୍ଚାୟତର ଦକ୍ଷନଥିପତ୍ର ପରିଚାଳୀକା(ଏମବିକେ) ତପସ୍ୱିନୀ ଶତପଥିଙ୍କ ସହ ଯୁକ୍ତି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ମିନାକ୍ଷୀଙ୍କ ସ୍ୱାମୀ ସୋମନାଥ ସଭାସ୍ଥଳକୁ ଆସି ବିପିଏମ୍ ପ୍ରମୋଦ ବେହେରା, ଜିବୀକା ସଂଯୋଜକ ସଂଜୟ କୁମାର ସାହୁ ଏବଂ ଏମବିକେ ତପସ୍ୱିନୀ ଶତପଥିଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବିପିଏମଙ୍କ ବାମହାତ କ୍ଷତ ହେବା ସହ ଜୀବିକା ସଂଯୋଜକ ଏବଂ ଏମବିକେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହାକୁ ନେଇ ବିପିଏମ ଏବଂ ଏମବିକେ ପାଟକୁମୁଣ୍ଡା ଗ୍ରାମର ମିନାକ୍ଷୀ ପ୍ରଧାନ ଏବଂ ତାଙ୍କ ସ୍ୱାମୀ ସୋମନାଥ ପ୍ରଧାନଙ୍କ ନାମରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଛେଣ୍ଡିପଦା ପୁଲିସ ଏସଂକ୍ରାନ୍ତରେ ଦୁଇଟି ମାମଲା ରୁଜ୍ଜୁ କରିଥିଲା । ଘଟଣାର ୩ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି ନଥିଲା । ଏହାକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତର ଶତାଧିକ ମହିଳା ଗୋଷ୍ଠୀ ସହାୟିକା(ସିଆରପି), ଦକ୍ଷନଥିପତ୍ର ପରିଚାଳିକା( ଏମବିକେ), ଜୀବିକା ସହାୟକ(ଏଲଏସପି), ପ୍ରାଣୀମିତ୍ର, କୃଷିମିତ୍ର ଏବଂ ବ୍ୟାଙ୍କ ମିତ୍ର ମାନେ ଛେଣ୍ଡିପଦା ଥାନା ଘେରାଉ କରିଥିଲେ । ପ୍ରାୟ ୩ ଘଂଟା ସମୟ ଧରି ଥାନା ଘେରାଉ କରିବା ପରେ ପୋଲିସ ଅଭିଯୁକ୍ତ ପାଟକୁମୁଣ୍ଡା ଗ୍ରାମର ସୋମନାଥ ପ୍ରଧାନଙ୍କୁ ଗିରଫ କରି ଥାନା ଭିତରେ ରଖିଥିବା ଦେଖାଇବା ପରେ ମହିଳା ମାନେ ଥାନା ଘେରାଉରୁ ବିରତ ରହିଥିଲେ । ଛେଣ୍ଡିପଦା ପୁଲିସ ଦୁଇଟି ମାମଲା ରୁଜୁ କରି ସେମାନାଥଙ୍କୁ ଆଜି କୋର୍ଟ ଚାଲାଣ କରିଛି । Advertisement
ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର – ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ…