ଅପରାଧ ଗଞ୍ଜେଇ ସହିତ ଟ୍ରାକ୍ଟର ଜବତ ଜଣେ ଗିରଫ Angul OnlineNovember 6, 2021November 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ଓ ଏଏସଆଇ ଅରୁଣ ବେହେରା ନୂଆଗାଁ ଗ୍ରାମ ପଞ୍ଚାୟତର ଭାଲୁବୋଲ ଅଞ୍ଚଳରେ ଗଞ୍ଜେଇ ପ୍ୟାକିଙ୍ଗ କରାଯାଇ ଟ୍ରାକ୍ଟରରେ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲେ । ପୁଲିସ ଭାଲୁବୋଲ ଗ୍ରାମର କାଳିଆ ନାଏକଙ୍କ ଘରେ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଜବତ କରିବା ପରେ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମୋଟରସାଇକେଲକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ କାଳିଆ ନାଏକକୁ ଗିରଫ କରିଛି । ଏ ନେଇ ଛେଣ୍ଡିପଦା ଥାନାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି । ଖବର ଲେଖା ହେବା ଯାଏ ଗଞ୍ଜଇ ଓଜନ ହୋଇପାରି ନଥିବାରୁ ଓଜନ ପରିମାଣ ଜଣାଇ ପଡିନାହିଁ । Advertisement
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…
କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା , ୭୧ ଭରି ସୁନା ,୨୧ ଭରି ରୁପା ଚୋରି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାଉଥବଲଣ୍ଡାର ଏକ କ୍ବାଟରରରେ ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ହୋଇଛି । କ୍ବାଟରର କବାଟ ଭାଙ୍ଗି ୪…
ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି…