ଆଞ୍ଚଳିକ ଅମ୍ରିତ ମହୋତ୍ସବ ଅବସରରେ ୧୧୮ ୟୁନିଟ ରକ୍ତ ସଂଗ୍ରହ Angul OnlineNovember 7, 2021November 7, 2021 ଅନୁଗୁଳ – ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରୁ ମୋଟ ୧୧୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ଏସଏନ ସାହୁ , ସୁଧିର ପଟ୍ଟନାୟକଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନାଲକୋ ଲୋକ ସମ୍ପର୍କ ଓ କର୍ପୋରେଟ କମୁନିକେସନ ବିଭାଗର ଡିଜିଏମ୍ ରାଜାରାମ ମିଶ୍ର, ଜିଏସ୍ ପଣ୍ଡା, ଲୋକସମ୍ପର୍କ ଅଧିକାରୀ ସମୀର ମାଝୀଙ୍କ ଦ୍ବାର ପରିଚାଳିତ ଏହି ଶିବିରରେ ନାଲକୋ କର୍ମଚାରୀ, ସିଆଇଏସ୍ଏଫ୍, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପାଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣ ରକ୍ତଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡା ସତ୍ୟବ୍ରତ ପାଟଯୋଶୀଙ୍କ ସହ କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହାୟତା କରିଥିଲେ । Advertisement
ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ…
ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର…
ମହାମହିମ ରାଜ୍ୟପାଳଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ଅନୁଗୁଳ – ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି ।…