ମୁଖ୍ୟ ଖବର ପାଣି ନାଁରେ ବିକ୍ରି ହେଉଛି ଜହର – ଜନ ସ୍ୱାସ୍ଥ୍ୟ ବିଭାଗର ଚଢାଉ Angul OnlineNovember 9, 2021November 9, 2021 ଅନୁଗୁଳ – ଅନୁଗୁଳ ସହରରେ ପାଣି ନାଁ ରେ ବିକ୍ରି ହେଉଛି ଜହର । ଯାହାକୁ ପିଇ ସାଧାରଣ ଲୋକ ଅସୁସ୍ଥ ହେବାର ସମ୍ଭାବନା ଅଛି । ଏଥିପାଇଁ ଆଜି ଅନୁଗୁଳ ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପକ୍ଷରୁ ସହରରେ ଥିବା ବିଭିନ୍ନ ପାଣି ଫ୍ୟାକ୍ଟେରି ଉପରେ ଚଢ଼ାଉ କରାଯାଇଥିଲା । ସହରରେ ଥିବା ହିମାଳୟ , ଗଙ୍ଗାଜଳ ଓ ଓଆସିସି ଆକ୍ବା ନାମରେ ଥିବା ୩ ଟି ଫ୍ୟାକ୍ଟେରି ଚଢ଼ାଉ ବେଳେ ବିନା ଲାଇସେନ୍ସରେ ଏହି ଫ୍ୟାକ୍ଟେରି ଗୁଡିକ ଚାଲିଥିବା ଜନ ସ୍ୱାସ୍ଥ୍ୟ ବିଭାଗ କହିଛି । ଏହା ସହ ସେମାନେ ସିଲ କରି ପାଣି ବିକ୍ରି କରିବା ନିୟମ ଥିବା ବେଳେ ଖୋଲା ଡ଼ବା କିମ୍ବା ଜାରକିନରେ ପାଣି ବଜାରରେ ବିକ୍ରି କରୁଥିବା ଜଣା ପଡିଥିଲା । ଏହା ସହ ଫ୍ୟାକ୍ଟେରି ଗୁଡିକ ପରିଷ୍କାର ରଖା ଯାଉ ନଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶରେ ପାଣି ପ୍ୟାକିଂ କରାଯାଉଥିଲା । ଏଥିପାଇଁ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ଜୋରିମନା କରାଯିବା ସହ ଚେତାବନୀ ଦିଆଯାଇଛି । ୭ ଦିନ ମଧ୍ୟରେ ଜରୁରୀ କାଗଜପତ୍ର କରିବା ସହ ଅବସ୍ଥାରେ ସୁଧାର ପାଇଁ କୁହା ଯାଇଛି । ଆଉ ଏହା ପରେ ମଧ୍ୟ ଫ୍ୟାକ୍ଟେରି ଗୁଡିକର ଅବସ୍ଥାରେ ସୁଧାର ନ ଆସିଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଧନଞ୍ଜୟ ବେହେରା କହିଛନ୍ତି । Advertisement
ଦୁର୍ଘଟଣା ନେଲା ତିନି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗତ ଗୁରୁବାର…
ଚତୁର୍ଥୀ ଦିନ ପୁରୁଣା ପ୍ରେମିକ ସହିତ ବିବାହ ପାଇଁ ଜିଦ ଧରିଲେ ନୁଆଁ ବୋହୁ – ହଟହଟା ହେଲେ ଦୁଇ ପରିବାର ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ…
ଜାତୀୟ ରାଜପଥ ପାଇଁ ଜନ ସମାବେଶ – ଧର୍ମଘଟ ଚେତାବନୀ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ପଞ୍ଚମହଲା (ଆର୍.ଟି.ଓ. ଅଫିସ) ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଯୁଦ୍ଧାକାଳୀନ ଭିତ୍ତିରେ ନିର୍ମାଣ କରିବା…