କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ

କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ

ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତାଳଚେର ଆଟୋନମସ୍‌ କଲେଜ ଓ ଏନ ଏଚ ର ବିପରିତ ପାର୍ଶ୍ବରେ ଥିବା କେ ଆର ଏଣ୍ଟରପାଇଜେସ କୋଲ ୱାସରି ପ୍ଲାଣ୍ଟ ବେଆଇନ୍ ଭାବେ ଚାଲି ଥିବା ସେ ଅଭିଯୋଗ କରିଛନ୍ତି । ଉକ୍ତ ପ୍ଲାଣ୍ଟକୁ   କେବଳ ରିଜେକ୍ଟ କୋଇଲାକୁ ଗୁଣ୍ଡକରି ପୁଣି ପ୍ରଦୂଷଣ ଫ୍ରି କୋଇଲା ପ୍ରସ୍ତୁତ କରିବା ପାଇଁ ଅନୁମତି ମିଳିଛି । ଏହାଛଡା  କୋଲୱାସେରି ଚଲାଇବା ପାଇଁ ବିଭାଗ ତରଫରୁ ଏକ ପରିବେଶ କ୍ଲିଅରାନ୍ସ ସାର୍ଟିଫିକେଟର ଅନୁମୋଦନ ଆଣିବାକୁ ପଡ଼ିଥାଏ । ଏହି ପ୍ଲାଣ୍ଟ ପାଖରେ ଏହି ସାର୍ଟିଫିକେଟ ନଥାଇ ମଧ୍ୟ ମାସରେ ଲକ୍ଷ ଲକ୍ଷ ଟନ ଭଲ କୋଇଲା ଏମ ସି ଏଲ ରୁ ଯିବା ସହିତ ପ୍ଲାଣ୍ଟ ଚାଲୁ ରହିଛି । ଏହା ଦ୍ବାରା ପରିବେଶ ଦୂଷିତ ହେଉଅଛି । ପାଖରେ ଚାଉଳିଆକୁଦା ବସ୍ତିବାସିନ୍ଦା ଓ ତାଳଚେର କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ତାଳଚେର ଯୁବ ସମାଜ ସେବୀ ସଂଗଠନ । ସଂଗଠନର ଅଭିଯୋଗ ଅନୁଯାୟୀ ଏମ ସି ଏଲ ର ଡି ଡି ଏମ ଓ ରାଜ୍ୟ ପ୍ରଦ୍ୟୁଷଣ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ବେଆଇନ ପ୍ଲାଣ୍ଟ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । କେ ଆର ପ୍ଲାଣ୍ଟ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ଏନ ଜି ଟି ପାଖରେ ଅଭିଯୋଗ କରିବ ବୋଲି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ସମ୍ପାଦକ ପ୍ୟାରୀ କ୍ଷିତିଶ ସାହୁ , ସଦସ୍ୟ ସିପୁନ ପ୍ରଧାନ ଉପସ୍ଥିତ ଥିଲେ ।

What’s your Reaction?
+1
1
+1
0
+1
0
+1
1
+1
1
+1
0
+1
0

Leave a Reply