ମୁଖ୍ୟ ଖବର ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ – ପ୍ରଭାତ ଅନୁଗୁଳ ଥାନା ଓ ସତ୍ୟବ୍ରତଙ୍କୁ ସଦର ଥାନା Angul OnlineNovember 13, 2021November 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ସାମାନ୍ୟ ଅଦଳବଦଳ କରା ଯାଇଛି । କିଛି ଦିନ ପୂର୍ବରୁ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ଅନୁଗୁଳ ଥାନାରୁ ତାଳଚେର ବଦଳି କରା ଯାଇଥିବା ବେଳେ ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ଅନୁଗୁଳ ଥାନା ଦାୟିତ୍ଵ ଦିଆ ଯାଇଥିଲା । ତେବେ ଏହା ଭିତରେ ରମେଶ ଚନ୍ଦ୍ର ବିଶୋଇଙ୍କର ପଦୋନ୍ନତି ହୋଇ ଯାଇଥିବା ବେଳେ ଅନ୍ୟ ଜିଲ୍ଲାକୁ ବଦଳି ହୋଇ ଯାଇଛି । ଏହା ପରେ ଆଜି ଅନୁଗୁଳ ଏସପି ଜଗମୋହନ ମୀନା ଆଜି ଆଉ ଏକ ବଦଳି ନିର୍ଦେଶ ଜାରି କରିଛନ୍ତି । ଏହି ନିର୍ଦେଶ ଅନୁସାରେ ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ଅନୁଗୁଳ ସଦର ଥାନାକୁ ବଦଳି କରା ଯାଇଥିବା ବେଳେ ଅନୁଗୁଳ ସଦର ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଅନୁଗୁଳ ଥାନାକୁ ବଦଳି କରା ଯାଇଛି । ସେହିଭଳି ହେଡକ୍ଵାଟରରେ ଥିବା ଇନ୍ସପେକ୍ଟର ଶ୍ରୀନିବାସ ସେଠୀଙ୍କୁ ତାଳଚେର ଥାନା ଦାୟିତ୍ଵ ଦିଆ ଯାଇଛି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଜିଲ୍ଲାରେ ଫେରିଲା ନାଇଟ କର୍ଫ୍ୟୁ – ଲାଗୁ ହେଲା କଟକଣା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି । ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଜାରି ହେବାକୁ…
ବଦଳିଲେ ଜିଲ୍ଲାର ୫ ତହସିଲଦାର ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ…