ସମସ୍ୟା ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବି Angul OnlineNovember 17, 2021November 17, 2021 ଅନୁଗୁଳ – ଏସୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବିରେ ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି । କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ ଅନେକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ ପୂର୍ବରୁ ଅନୁଗୁଳ ପୁରୀ ମେମୁ ଟ୍ରେନ୍ ଅନୁଗୁଳ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ଅନୁଗୁଳ ନଆସି ତାଳଚେରଠାରୁ ଚଳାଚଳ କରୁଛି । ଏହି ଟ୍ରେନ୍ ଉପରେ ସହର ସମେତ ଆଖପାଖ ଅଞ୍ଚଳର ବହୁଲୋକ ଭୁବନେଶ୍ଵର, ପୁରୀ, ଢେଙ୍କାନାଳ, କଟକ ଦୈନିକ ଯିବାଆସିବା କରିଥାନ୍ତି । ହେଲେ ଟ୍ରେନ୍ ଅନୁଗୁଳ ଷ୍ଟେସନ ଆସୁ ନଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଉଛନ୍ତି । ଅପରପକ୍ଷରେ ସମ୍ବଲପୁର-ପୁରୀ ଇରସିଟି ଏକ୍ସପ୍ରେସ ଟ୍ରେନ ମଧ୍ୟ ଚଳାଚଳ କରୁନାହିଁ । ଅନୁଗୁଳ-ପୁରୀ ଟ୍ରେନ ଅନୁଗୁଳ ଠାରୁ ଚଳାଚଳ କରାଇବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ ତୁରନ୍ତ ଚଳାଚଳ କରିବା, ଷ୍ଟେସନ ଗୁଡିକରେ ଅଣସଂରକ୍ଷିତ ଟିକେଟ୍ ଉପଲବ୍ଧ କରାଯିବା ଆଦି ଦାବିରେ ସଂଗଠନ ପକ୍ଷରୁ ଆଜି ସକାଳୁ ଧାରଣା ଦିଆଯାଇଛି । ଏ ଦିଗରେ ୧୫ଦିନ ଭିତରେ ବାସ୍ତବ ପଦକ୍ଷେପ ଗ୍ରହଣ କରାନଗଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । Advertisement
ଜମି ଅଧିଗ୍ରହଣକୁ ବିରୋଧ କରି ଥାନାରେ ମାମଲା – ପ୍ରତିବାଦରେ ଥାନା ଘେରାଉ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଡ଼ଅଁରା ଗ୍ରାମର ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଗ୍ରାମବାସୀ ମାନେ ସ୍ଥାନୀୟ ଗୋପାଳପ୍ରସାଦ ଥାନାକୁ ଘେରାଉ…
ଏଟିଏମ ଥାଇ ଟଙ୍କା ପାଇଁ ଦହଗଞ୍ଜ ଅଞ୍ଚଳବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ସେହି ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦୈନିକ ଶହ ଶହ ଲୋକ ଏଠାକୁ ବିଭିନ୍ନ କାମ ନେଇ ଆସିଥାନ୍ତି…
ଜାତୀୟ ରାଜପଥ ଦୁରବସ୍ଥା – ଦୋଷ ଦେଇ ଅବଧି ବଢାଇଲେ ମନ୍ତ୍ରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ଜାତୀୟ ରାଜପଥ ୫୫ ର…