ଆଞ୍ଚଳିକ ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ Angul OnlineNovember 18, 2021November 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ ଏକ ମୋଟରସାଇକେଲ୍ ଶୋଭାଯାତ୍ରାରେ ଆସି ତାଳଚେର ସହରରେ ଏକ ଶୋଭାଯାତ୍ରା କରି ମନ୍ତ୍ରୀ ପ୍ରଧାନଙ୍କ ଘର ଆଗରେ ନୋ କ୍ଲିଅରାନ୍ସ ଟ୍ୟାଗ ହଟାଇବା ଦାବିରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ୨୦୧୭ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସଂସ୍ଥା ଏନଆଇଓଅସ ରେ ୨ ବର୍ଷୀୟା ଡିଇଏଲଇଡି କୋର୍ସ କରିଥିଲେ । ଏଥିପାଇଁ ପ୍ରତ୍ୟେକ ୧ ଲକ୍ଷ ରୁ ଅଧିକ ଖର୍ଚ୍ଚାନ୍ତ ହୋଇ ପାଠ ପଢିବା ପରେ ପାସ କରିଥିଲେ । କିନ୍ତୁ ସେମାନଙ୍କୁ ସାର୍ଟିଫିକେଟ ନ ଦେଇ ନୋ କ୍ଲିଅରାନ୍ସ ଟ୍ୟାଗ ଲଗାଇ ଦିଆ ଗଲା । ସେଥିପାଇଁ ଶିକ୍ଷକ ମାନଙ୍କର ଚାକିରୀ ଯିବାର ଭୟ ରହିଛି । ଦୀର୍ଘ ୨ ବର୍ଷ ହେଲା ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ସରକାର ଏହାର ଭ୍ରୂକ୍ଷେପ କରୁ ନାହାନ୍ତି । ଏହାର ପ୍ରତିବାଦରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଘର ଆଗରେ ପ୍ରତିବାଦ କରିବା ସହ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । Advertisement
ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ…
ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫିଟନେସ ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟନେସ ଦିବସ ଭାବେ ପାଳନ…