ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ

ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ

ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ବିହାରୀ ଗୋଛାୟତ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ ନାଲକୋ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଆଜି(ଗୁରୁବାର) ସେ କାମ ସାରି ଘରକୁ ଫେରୁଥିବା ସମୟରେ କୁଲାଡ଼ ଛକ ନିକଟରେ ଏକ ଟ୍ରକ୍ (ଓଡ଼ି୩୫ ସି ୨୭୪୨) ତାଙ୍କ ସ୍କୁଟରକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିହାରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ । ପ୍ରାୟ ସନ୍ଧ୍ୟା ଯାଏ ରାସ୍ତାରୋକ ଲାଗି ରହିଥିବା ବେଳେ ବୁଝାସୁଝା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
6

Leave a Reply