ମୁଖ୍ୟ ଖବର ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ Angul OnlineNovember 20, 2021November 20, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପବିତ୍ରନଗର ଅଞ୍ଚଳର ସୁଶାନ୍ତ ପ୍ରଧାନ । ସେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଥର୍ମାଲ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁଯାୟୀ ସୁଶାନ୍ତ ନିଜ ମାଙ୍କ ପାଇଁ ମେଡ଼ିସିନ ନେଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଟ୍ରକଟି ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ପହଁଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି । ସୁଶାନ୍ତ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ସାଂସଦ ମହେଶ ସାହୁ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । Advertisement
ପାଞ୍ଚ ଦିନ ସ୍କୁଲ ଛୁଟି – ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି…
ଟ୍ରକ – ପିକଅପ ମୁହାଁମୁହିଁ ଧକ୍କା – ଜଣେ ମୃତ ,ଜଣେ ଗୁରୁତର ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମିଧରପୁର ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା…
ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ତଳଗଡ଼ ଗାଁରେ ପାଗଳା କୁକୁର ଆତଙ୍କ । ଏହି ପାଗଳା କୁକୁର ଗାଁର ୨୭ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଆହତ…