ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ

ଅନୁଗୁଳ – ରବିବାର ହ୍ୟୁମାନ୍ ରାଇଟ୍ସ୍ ଫ୍ରଣ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଏକ ଦିନିକିଆ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଗୁଳ ମାରଓ୍ବାଡି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସର୍ବୋଦୟା  ନେତ୍ରୀ କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ  ଢେଙ୍କାନାଳ ସାସଂଦ ମହେଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମାନବାଧିକାର ଆମ ଜନ୍ମଗତ ଅଧିକାର । ପ୍ରଥମେ ସଚେତନ ହେବା ଆବଶ୍ୟକ ଅଟେ । ନିର୍ଭିକ ଭାବରେ ମାନବାଧିକାର ପାଇଁ ଲଢେ଼ଇ କରିବା ଜଣେ ମାନବାଧିକାର ପ୍ରତିରକ୍ଷାକାରୀଙ୍କ ଦାୟିତ୍ୱ ଅଟେ ବୋଲି ମୁଖ୍ୟ ଅତିଥି କୃଷ୍ଣା ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ସମାଜର ବ୍ୟତିକ୍ରମକୁ ଲୋକଲୋଚନକୁ ଆଣୁଥିବା ବ୍ୟକ୍ତି ବିଶେଷ ବା ମାନବାଧିକାର କର୍ମୀଙ୍କୁ ବେଳେ ବେଳେ ଅନେକ କଷ୍ଟ ସହିବାକୁ ପଡିଥାଏ । ମିଥ୍ୟା ଅଭିଯୋଗ ଦ୍ବାରା ଆଇନଗତ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡିଥାଏ । ଏପରିକି ଦୀର୍ଘ ଦିନ ଧରି ମାମଲା ସବୁ ଅଦାଲତ ଗୁଡିକରେ ଗଡି ଚାଲିଥାଏ ଫଳରେ ପିଡୀତାକୁ ନ୍ୟାୟ ମିଳିବାରେ ବିଳମ୍ବ ହୋଇଥାଏ । ଏଣୁ ଏହାର ସଚେତନତା ନିମନ୍ତେ ବାରମ୍ବାର ମାନବାଧିକାର କର୍ମଶାଳା ମାନ ହେବା ଉଚିତ୍ ବୋଲି  ସାସଂଦ ମହେଶ ସାହୁ ପ୍ରକାଶ କରିଥିଲେ । ଆମ ସମ୍ବିଧାନ ଆମକୁ କିଛି ମୌଳିକ ବା ସାମ୍ବିଧାନିକ ଅଧିକାରୀ ଦେଇଛି । ମାନବାଧିକାର ଏକ ବ୍ୟାପକ ଶଦ୍ଦ ଅଟେ । କେବଳ ପରିବାର, ପଡିଶା କିମ୍ବା ସମାଜ ଭିତରେ ମାନବାଧିକାର ଉଲଘଂନ ହେଉଛି ତା ନୁହେଁ , ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ବା ଅନୁଷ୍ଠାନ , ସାମାଜିକ ଓ ବ୍ୟବସାୟୀକ ଅନୁଷ୍ଠାନ ଏପରିକି ଅନୁଗୁଳ ଜିଲ୍ଲା ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଏଠି ଜମିହରା ପ୍ରଜା ବା ଶ୍ରମିକ ମାନଙ୍କର ମାନବାଧିକାର ମଧ୍ୟ ଉଲଘଂନ ହେଉଥିବା ନଜିର୍ ରହିଛି । ଶିଳ୍ପାନୁଷ୍ଠାନ କାରଣରୁ ପ୍ରଦୂଷଣ,ଦୂଷିତ ଜଳ,ପରିମଳ ଓ ଜଙ୍ଗଲ କ୍ଷୟର ମାନବାଧିକାର ମଧ୍ୟ ଉଲଘଂନ ହେଉଛି । ସମାଜରେ ବଞ୍ଚିବା ପାଇଁ ଖାଦ୍ୟ,ବାସଗୃହ ଓ ଯାତାୟାତ ନିମନ୍ତେ ରାସ୍ତା ପାଇବାର ଅଧିକାରୀ ରହିଛି । ଏଣୁ ଆମେ ସମସ୍ତେ ଏ ବାବଦରେ ସଚେତନ ହେବା ସହିତ ଅଧିକାର ଓ କର୍ତ୍ତବ୍ୟ ପାଇଁ ଆଗେଇ ଆସିବା ବୋଲି ରାଜ୍ୟ ଏଚ୍.ଆର୍.ଏଫ୍ ଅଧ୍ୟକ୍ଷ ମନୋଜ ଜେନା ପ୍ରକାଶ କରିଥିଲେ । ସେହିପରି ରାଜ୍ୟ ଆବାହକ ରାଜୀବ କୁମାର ପଟ୍ଟନାୟକ ଜିଲ୍ଲାର ପ୍ରତି ବ୍ଳକ ସ୍ତରରେ ମାନବ ଅଧିକାର କର୍ମୀ ସୃଷ୍ଟି ହୋଇପାରିଲେ ଅଧିକାର ପାଇଁ ଲଢ଼ିବାରେ  ସହାୟକ ହେବ।ରାଜ୍ୟ ସଂଯୋଜିକା ମନୀଷା ଦାସ ପଟ୍ଟନାୟକ ମାନବ ଅଧିକାର ବିଷୟରେ ଜାଣିବା ପାଇଁ ସଚେତନ ହେବାକୁ ପଡିବ ବୋଲି କହିଥିଲେ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଚାଇଲଡ଼ ପ୍ରୋଟେକ୍ସନ ବିଭାଗର ଏଲ ପି ଓ ପଦୀପ ପ୍ରଦୀପ କୁମାର ନାୟକ ,ସଖି ଅନୁଷ୍ଠାନର ସସ୍ମିତା ସାହୁ,ନିରୂପମା ନାୟକ ସାଧାରଣ ତଥା ଭିନ୍ନକ୍ଷମ ବ୍ୟକ୍ତି ମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ମୌଳିକ ଅଧିକାର ପାଇପାରିବେ ଏହି ବିଷୟରେ ଆଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମରେ ରକ୍ତଦାତା ସୁବୋଧ କୁମାର ମିଶ୍ର, ସମାଜସେବା କ୍ଷେତ୍ରରେ ଚିମୟୀ ଦାସ,ରୀଙ୍କୁ ଦାସ,ଉଦ୍ୟମ ଫାଉଣ୍ଡେସନକୁ ଏଚ ଡି ଫ ତରଫରୁ  ସନ୍ନମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଶୁଭ୍ରାଂଶୁ ,ସହ ସଂଯୋଜିକା ରିତା ସିଙ୍ଗ,ପ୍ରହଲାଦ ରଥ ସଂଜୟ ଦାସ,ସୁଜିତ କୁମାର ସାହୁ,ସୁଜିତ ବେହେରା, ଆଡ଼ଭାଜର ଅମିତ ମୋଦି,ଭବାନୀ ଶଙ୍କର ପ୍ରଧାନ,ଜ୍ୟୋତି ରଞ୍ଜନ ସିଠ, ସନ୍ତୋଷ ମିଶ୍ର ତଥା ମାନବ ଅଧିକାର କର୍ମୀ ଅନୀଲ ଅଗ୍ରୱାଲ,ଜିତେନ୍ଦ୍ର ପ୍ରଧାନ,ସୁସେନ ପ୍ରଧାନ, ସଚିତାନନ୍ଦ ପଣ୍ଡା,ଶକ୍ତି ପ୍ରସାଦ ଏବଂ ବ୍ଳକ ସ୍ତରୀୟ କର୍ମୀ ଉପସ୍ଥିତ ଥିଲେ

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply