ଆଞ୍ଚଳିକ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ – ବ୍ଲକ ଆଗରେ କାଠ ଚୁଲ୍ଲାରେ ରୋଷେଇ କଲେ ମହିଳା Angul OnlineNovember 23, 2021November 23, 2021 ଅନୁଗୁଳ – କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ତିନି ଛାମୁଆ ସଙ୍ଗଠନ ଅର୍ଥାତ ମହିଳା-ଯୁବ-ଛାତ୍ର ପକ୍ଷରୁ ଆଜି ଅନୁଗୁଳ ବ୍ଲକ କାର୍ଯ୍ୟାଳୟ, ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଓ ଅନୁଗୁଳ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ସଭା ଅନୁଷ୍ଠିତ ହୋଇ ଯାଇଛି । ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ତିନିଟି ସଭାରେ ଗ୍ୟାସ ମୂଲ୍ୟ ହ୍ରାସ କରିବା ନେଇ ଆହ୍ୱାନ ଦିଅ ଯାଇଛି । କହିବା ଅନୁଯାୟୀ ୨୦୧୫ ମସିହା ରେ ରନ୍ଧନ ଗ୍ୟାସର ଦାମ ୫୦୦ ଟଙ୍କା ଥିବା ବେଳେ ଏବେ ୭୦% ବୃଦ୍ଧି ପାଇ ଗ୍ୟାସ ର ଦର ୧୦୦୦ ଛୁଇଁଲାଣି । ଏଥିରେ ରାଜ୍ୟର ସମସ୍ତ ଜନ ସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନରେ ଗ୍ୟାସର ଦର ଶୀଘ୍ର ହ୍ରାସ ନ କଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ବଅଁରପାଳ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଭୋଇ , ସରୋଜ ନାଏକ, ରାଜ୍ୟ ଯୁବ ବିଜେଡ଼ି ଉପ-ସଭାପତି ସୁଜିତ ଦ୍ବିବେଦୀ, ସରୋଜ ନାଏକ, ଅଜିତ ଦ୍ବିବେଦୀ ପ୍ରମୁଖ ଭାବେ ଉପସ୍ଥିତ ଥିଲେ । Advertisement
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…