ଟ୍ରେନରେ କଟି ଦୁଇ ମୃତ

ଟ୍ରେନରେ କଟି ଦୁଇ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର ରେଳପଥର ସର୍ଗିପାଲି ଷ୍ଟେସନ ପାଖରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଧାର ହୋଇଥିଲା । ମୃତକ ଜଣଙ୍କ କିଶୋରନଗର ଥାନା ବଙ୍କାପଳସା ଗ୍ରାମର ବିଶ୍ୱଜିତ ପ୍ରଧାନ ବୋଲି ଜଣା ପଡିଛି । ତାଙ୍କ ମୁଣ୍ଡରୁ ଶରୀର ଅଲଗା ହୋଇ ଯାଇଛି । ପାରିବାରିକ କଳହ ଯୋଗୁଁ ଟ୍ରେନ ଲାଇନରେ ସେ ମୁଣ୍ଡ ଦେଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି । ହଣ୍ଡପା ପୁଲିସ ଘଟଣାର ତଦନ୍ତ କରୁଛି । ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ କଇଁଫୁଲିଆ ସାହି ଦେଇ ଯାଇଥିବା ସମ୍ବଲପୁର ରେଳ ଧାରଣା କଡରୁ G.R.P ପୁଲିସ ଆଜି ପୂର୍ବାହ୍ନରେ ଏକ ମୃତ ଦେହ ଉଦ୍ଧାର କରିଛି  । ମୃତକଙ୍କ ନାମ ପ୍ରତାପ ଭୁକ୍ତା, ହୋଇଥିବା ବେଳେ ତାଙ୍କ ଘର, ଝାଡ୍ ଗ୍ରାମ୍ ଜିଲ୍ଲାର  ଝାଡ୍ ଗ୍ରାମ୍ ଥାନା ଜାରଲାଟା ଗ୍ରାମରେ ବୋଲି ଜଣାପଡିଛି  । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ଅଞ୍ଚଳରେ ରହି ରେଲୱେ ବିଭାଗରେ ଠିକା ଶ୍ରମିକ ଭାବେ କାମକରୁଥିଲେ  । ହଠାତ୍ ଆଜି ଏଭଳି ଘଟଣା ଘଟିବା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ସତ୍ୟା ସତ୍ୟ ଜଣାପଡିବ ବୋଲି ପୁଲିସ କହିଛି ।

What’s your Reaction?
+1
0
+1
1
+1
0
+1
0
+1
1
+1
2
+1
4

Leave a Reply