ମୁଖ୍ୟ ଖବର ଦୁଇ ମୋଟରସାକେଲ ମୁହାଁମୁହିଁ ଧକ୍କା – ଜଣେ ମୃତ , ୩ ଗୁରୁତର Angul OnlineNovember 26, 2021November 26, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ଛକ ଠାରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ମରାତିରା ଗ୍ରାମର ସୁବ୍ରତ ବିଶ୍ୱାଳ । ଆହତ ମାନେ ହେଲେ ଡେରଜାଙ୍ଗ ଦେହୁରୀସାହିର ଗୋବିନ୍ଦ ସାହୁ , ଜେରେଙ୍ଗର ବିକାଶ ସାହୁ ଓ ରାଉତାଳ ଗାଁର ବାସୁଦେବ ସାହୁ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିକାଶ ସାହୁ ଓ ଗୋବିନ୍ଦ ସାହୁ କୌଣସି କାମରେ ଅନୁଗୁଳରୁ ମୋଟରସାଇକେଲରେ ଘରକୁ ଫେରୁଥିଲେ । ବିପରୀତ ଦିଗରେ ଜିନ୍ଦଲରୁ ଡ୍ୟୁଟି ସାରି ବାସୁଦେବ ଓ ସୁବ୍ରତ ଘରକୁ ମଟର ସାଇକେଲରେ ଫେରୁଥିବା ବେଳେ ସାନ୍ତରାପୁର ଛକ ଠାରେ ଉଭୟଙ୍କର ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲେ । ସେହି ସମୟରେ ସ୍ଥାନୀୟ ଡ୍ରାଭର ସଂଘର ସଦସ୍ୟ ମାନେ ଗୁରୁତର ମାନଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ସୁବ୍ରତ ବିଶ୍ୱାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଆହତ ମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଗଲା ପୁଅ – ଉଦ୍ଧାର କାଲେ ଗ୍ରାମବାସୀ ତାଳଚେର – ପରିଣତ ବୟସରେ ପୁଅ ସାହା ହେବା ବଦଳରେ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲି ଯିବା ଘଟଣା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି ।…
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବାଛୁରୀ – ଚିକିତ୍ସା ଯୋଗାଇ ଦେବାକୁ ନିବେଦନ ଅନୁଗୁଳ – ଚିକିତ୍ସା ପାଇଁ ଗୁହାରି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ବାଛୁରୀ । କଥା ଟା ଟିକେ ଅଡ଼ୁଆ ଲାଗିଲେ ବି ସତ । ଏଭଳି…
ସଡକ ସୁରକ୍ଷା ବୈଠକୁ ଏନ୍.ଏଚ.ଏ.ଆଇ.ର ହେୟାଜ୍ଞାନ – ଜାରି ହେବ ନୋଟିସ ଅନୁଗୋଳ – ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ ସଡ଼କ ସୁରକ୍ଷା ବୈଠକକୁ ଆସୁନାହାନ୍ତି । ଗୋଟିଏ କି ଦୁଇଟି ବୈଠକ ନୁହେଁ ଏମିତି ଅନେକ ବୈଠକ…