ଅନୁଗୁଳ – ଅନୁଗୁଳ ଜିଲ୍ଲା ଏକଘରିଆ ନିକଟରେ ଥିବା ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରପାତି ନଷ୍ଟ ହୋଇ ଯାଇଥିବା ବେଳେ ସୌଭାଗ୍ୟ ବଶତଃ କାମ କରୁଥିବା କର୍ମଚାରୀ ମାନେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିର ଡିଷ୍ଟିଲ ଟ୍ୟାଙ୍କର ଓଭର ହିଟିଂ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ସେତେବେଳକୁ ସେଠାରେ ଥିବା ଡିଷ୍ଟିଲ କଏଲ , ଛପର ସମେତ ଅନେକ ଯନ୍ତ୍ରପାତି ପୋଡି ସାରିଥିଲା । ଅଗ୍ନିକାଣ୍ଡରେ ଫ୍ୟାକ୍ଟେରିର ପ୍ରାୟ – ୪୮ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଜଣା ପଡିଛି ।
What’s your Reaction?
+1
1
+1
+1
+1
1
+1
3
+1
1
+1