ରାଜନୀତି ସହରବାସୀଙ୍କୁ କ୍ଷମା ନ ମାଗିଲେ କାଳିମାଡ – ନଗର କଂଗ୍ରେସ Angul OnlineDecember 3, 2021December 3, 2021 ଅନୁଗୁଳ – ଅନୁଗୁଳ ପୌର ପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଅନୁଗୁଳ ନଗର କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରା ଯାଇଛି । ନଗର କଂଗ୍ରେସ ସଭାପତି ସୁଦିପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ପ୍ରଶାସନ ବିରୁଦ୍ଧରେ ପୋଷ୍ଟ କରିଥିବା ଯୁବ ସାମ୍ବାଦିକଙ୍କ ଉପରେ ପୌର ନିର୍ବାହୀ ଅଧିକାରୀ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ନିର୍ବାହୀ ଅଧିକାରୀ ଯେଉଁଭଳି ଆଚରଣ କରିଛନ୍ତି ତାହା ଜଣେ ଗୁଣ୍ଡାର ଆଚରଣ ଭଳିଆ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନଗର କଂଗ୍ରେସ ଦୃଢ ନିନ୍ଦା କରିଛି । ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ସମାଧାନ କରିବା ବଦଳରେ ଆକ୍ରୋଶ ଭାବରେ ସମ୍ବାଦିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ସ୍ୱର ଦବେଇ ଦବା ପାଇଁ ଉଦ୍ୟମକୁ ପ୍ରଶାସନ ବନ୍ଦ କରନ୍ତୁ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ପୌର ପ୍ରଶାସନ ସହରର ଅଳିଆ ଆବର୍ଜନାକୁ ସଫା କରିବା, ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିବା, ମଶା ଦାଉରୁ ରକ୍ଷା କରିବା ପାଇଁ ମଶା ତେଲ ଛିଞ୍ଚିବା ଆଦି ମୁଖ୍ୟ କାମ । କିନ୍ତୁ ଏହା ଫେଲ ମାରିଛି ବୋଲି ଅଭିଯୋଗ ହୋଇଛି । ଆସନ୍ତା ୭ ଦିନ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସହରବାସୀଙ୍କୁ କ୍ଷମା ମାଗନ୍ତୁ । ନିଚେତ ଅନୁଗୁଳ ନଗର କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ କାଳିମାଡ କରିବା ସହିତ ପୌରପାଳିକା କାର୍ଯ୍ୟଳୟକୁ ଧସେଇ ପଶିବା ସହ ଦରକାର ପଡ଼ିଲେ ଅନୁଗୁଳ ସହର ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦିଆଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାକେଶ ମିଶ୍ର, ରଶ୍ମୀ ରଞ୍ଜନ ସାହୁ, କାଶିଦା ଖାନ, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଚତୁର୍ଥ ଦିନରେ ୨୦୧୩ ଜଣ କଲେ ନାମାଙ୍କନ ଅନୁଗୁଳ – ଆଜି ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିବସରେ ଅନୁଗୁଳ ଜିଲ୍ଲାରେ ସମୁଦାୟ ୨୦୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି…
କଂଗ୍ରେସରେ ସାମିଲ ହେଲେ ନଗେନ୍ଦ୍ର – ହୋଇ ପାରନ୍ତି ସାଂସଦ ପ୍ରାର୍ଥୀ ଅନୁଗୁଳ – ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିଛି ଜୋରଦାର ଝଟକା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ସମ୍ବଲପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ…
ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ…