ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ

ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ

ଅନୁଗୁଳ – ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ  ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ ଭୁବନେଶ୍ଵର ସ୍ଥାନାନ୍ତରିତ କରା ଯାଇଛି ସୂଚନା ଅନୁସାରେ ଅନୁଗୁଳ ପଟରୁ ଏକ ଇନୋଭା କାର ଛେଣ୍ଡିପଦା ଆଡକୁ ଯାଉଥିବା ବେଳେ ନିଶାସ୍ଥିତ ଜିନ୍ଦଲ ପ୍ଳାଣ୍ଟ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରୁ ଜଣେ ଜରାସିଂହା ଗାଁ ସୌମ୍ୟ ସାହୁ ଓ ଅନ୍ୟ ଜଣଙ୍କର ପରିଚୟ ମିଳି ପାରି ନାହିଁ । ଗାଡିରେ ୪ ଜଣ ବସିଥିବା ବେଳେ ଟାଙ୍ଗିରୀ ଗାଁ ର ଚିନ୍ମୟ ସାହୁକୁ ନିଶା ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କାରୀ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରୀତ କରା ଯାଇଛି । ଏହି ଦୁର୍ଘଟଣାର ଲାଇଭ ଭିଡିଓ ଏବେ ଦେଖିବାକୁ ମିଳିଛି । କିଭଳି ଉଭୟ ଗାଡି ଦ୍ରୁତ ଗାଟିରେ ମୁହାଁମୁହିଁ ଧକ୍କା ହେଉଛନ୍ତି

What’s your Reaction?
+1
0
+1
3
+1
3
+1
0
+1
8
+1
3
+1
16

Leave a Reply