ମୁଖ୍ୟ ଖବର ଦୋକାନ ଘର ଭିତରକୁ ପଶିଗଲା ଟ୍ରକ Angul OnlineDecember 5, 2021December 5, 2021 ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା ଦେଇଥିଲା । ଫଳରେ ଦୋକାନ ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ସୌଭାଗ୍ୟ ବଶତଃ ଟ୍ରକର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ୧୨ ଚକିଆ ଟ୍ରକ ଦେବଗଡରୁ ଅନୁଗୁଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଅନୁଗୁଳ ଯାଉଥିବା ବେଳେ ରାତି ପ୍ରାୟ ଗୋଟେ ସମୟରେ ଛେଣ୍ଡିପଦା ଥାନା ଛକ ୪ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଦି ଦୋକାନ ଏବଂ ରବି ସାହୁଙ୍କର ଇଲେଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇ ଭିତରକୁ ପଶିଯାଇଥିଲା । ଫଳରେ ଦୋକାନ ଘର ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗିଯିବା ଯିବା ସହ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ଚାଳକ ଅଳ୍ପକେ ବର୍ତ୍ତି ଯାଇ ଥିବା ଜଣା ପଡିଛି । ତେବେ ରାତି ହୋଇଥିବାରୁ ଦୁର୍ଘଟଣାରେ କୌଣସି ଜନଜୀବନ ହାନି ହୋଇ ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଦୋକାନ ଦୁଇଟିକୁ କ୍ଷତିପୂରଣ ଯୋଗାଇଦେବା ପାଇଁ ବଣିକ ସଂଘ ତଥା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରିଛନ୍ତି । Advertisement
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ପିଲା ଚୋର ସନ୍ଦେହରେ ପୁଲିସକୁ ମାଡ – ଗାଁରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଆଜି ଏକ ଅସ୍ଵାବାଭିକ ପରିସ୍ଥିତି ସୃଷ୍ଟି ହୋଇଛି । ଚୋର ଧରିବାକୁ ପୁଲିସ ସାଧା ପୋଷାକରେ…
ହାତୀ ଘଉଡାଇବା ହେଲା କାଳ – କଚାଡି ଦେଲା ଦନ୍ତା ପାଲଲହଡା – ହାତୀ ଘଉଡ଼େଇବା ହେଲା କାଳ ! ଦନ୍ତା ହାତୀ ଆକ୍ରମଣ ରେ ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଲଲହଡ଼ା…