ବିଜେଡ଼ିର ମିଶ୍ରଣ ପର୍ବ

ବିଜେଡ଼ିର ମିଶ୍ରଣ ପର୍ବ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଟାଙ୍ଗରସାହି , ଧୋବାମଳିହା , ଗୋଳାଗାଡିଆର ୧୨୦ କର୍ମୀ ସମେତ ରାଇଝରଣ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ଏବଂ ଭୋଟର ବିଜୁ ଜନତା ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । କୋଶଳା ମା ରାମଚଣ୍ଡୀ ମନ୍ଦିର ପ୍ରାଗଣରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଧାୟକ ସୁଶାନ୍ତ ବେହେରାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେପି ଦଳ ଓଡିଶା ତଥା ଓଡିଶା ବାସୀଙ୍କ ପାଇଁ ନୁହେଁ , କେବଳ ବଡ଼ବଡ଼ିଆଙ୍କ ପାଇଁ କାମ କରୁଛି । ଏପରିକି ନୋଟବନ୍ଦୀ ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ଏଥିପାଇଁ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି କର୍ମୀ । ସେମାନଙ୍କ କହିବା କଥା ବିଜେପି ସରକାରଙ୍କ କୌଣସି କାମ ସାଧାରଣ , ଗରିବ ଲୋକଙ୍କ ପାଇଁ ନୁହଁ । ବରଂ ନବୀନ ପଟ୍ଟନାୟକ ସଦାସର୍ବଦା ସାଧାରଣ ଲୋକଙ୍କ ପାଇଁ ଯୋଜନା କରୁଛନ୍ତି ଆଉ ସହାୟକ ହେଉଛନ୍ତି । ରାଜ୍ୟ ବିପତ୍ତି , ଫାଇଲିନ ହେଉ କି ହୁଡହୁଡ଼ , ସବୁବେଳେ ରାଜ୍ୟ ସରକାର ହିଁ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏଥିପାଇଁ ସେମାନେ ଆଜି ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଏହା ପୂର୍ବରୁ ବିଜେଡିରେ ଏତେ ସଂଖ୍ୟାରେ କର୍ମୀ ଓ ସାଧାରଣ ଲୋକ ସିଧାସଳଖ ସାମିଲ ହେବା ଦଳ ପାଇଁ ଶୁଭଂକର । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସୁଦୃଢ ରହିଥିଲା । ଆଉ ଏବେ ଶତାଧିକ କର୍ମୀ ମିଶିବା ଫଳରେ ଆଗକୁ ଦଳ ଆହୁରି ମଜଭୁତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଯାହା କୁହନ୍ତି ତାକୁ କାର୍ଯ୍ୟରେ ପରିଣତ କରନ୍ତି , ତାଙ୍କରି ସ୍ବଚ୍ଛ ଶାସନ ଏବଂ ଲୋକାଭିମୁଖୀ ଯୋଜନା ଆଜି ବିଭିନ୍ନ ଲୋକଙ୍କୁ ଆକ୍ରୁଷ୍ଟ କରୁଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ଆଜିର ଏହି କାର୍ଯ୍ୟକ୍ରମ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ , ଜିଲ୍ଲା ଯୁବ ବିଜେଡି ଉପସଭାପତି ସତ୍ୟବ୍ରତ ଦେହୁରି , ବିଧାୟକଙ୍କ ବ୍ଲକ ନୋମିନୀ ନାରାୟଣ ସାହୁ , ଜିଲ୍ଳା ନୋମିନି ପ୍ରଦୀପ ସାହୁ ଆଦି ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

This Post Has 2 Comments

Leave a Reply