ମୁଖ୍ୟ ଖବର ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineDecember 6, 2021December 6, 2021 ଅନୁଗୁଳ – ତାଳଚେର-ବଅଁରପାଳ ୧୪୯ ନମ୍ବର ରାଜପଥର ନୂଆପଡା ଗ୍ରାମ ନିକଟରେ ଏକ ସ୍କୁଟିକୁ ପଛପଟୁ ଟ୍ରକ ଧକ୍କା ଦେଇ ସ୍କୁଟି ଚାଳକ ଉପରେ ଚଢି ଯିବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଏକଘରିଆ ଗ୍ରାମର ସୋମ୍ୟଦତ୍ତ ଶତପଥୀ । ସେ ଭୂଷଣ ପ୍ଲାଣ୍ଟକୁ କାର୍ଯ୍ୟ କରିବା ପାଇଁ ଯାଉଥିବା ସମୟରେ ପଛପଟୁ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକ ୧୪୯ ନମ୍ବର ରାଜପଥକୁ ଅବରୋଧ କରି ଧାରଣା ଦେଇଥିଲେ । ଫଳରେ ଉଭୟ ପାର୍ଶ୍ଵରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରିଥିଲା । ପରେ ପ୍ରଶାସନ ବୁଝାସୁଝା କରି ଆନ୍ଦୋଳନକାରୀ ମାନଙ୍କୁ ରାସ୍ତାରୁ ହଟେଇବା ପରେ ଜାତୀୟ ରାଜପଥ ୧୪୯ ରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା । Advertisement
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା…
ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ…