ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ

ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ

ଛେଣ୍ଡିପଦା – କରୋନାର ପ୍ରକୋପରୁ ଏଇ କିଛିଦିନ ଧରି ଅନୁଗୁଳ ଜିଲ୍ଲା ସାମାନ୍ୟ ଆଶ୍ଵସ୍ତି ପାଇଥିବା ବେଳେ ଆଜି ପୁଣି ତାର ପ୍ରକୋପ ଏହି ଅଦୃଶ୍ୟ ଭୂତାଣୁ ଜାହିର କରିଛି । ଛେଣ୍ଡିପଦା ବ୍ଲକ ପଞ୍ଚାୟତ ହାଇସ୍କୁଲ ବାଲିପଟ୍ଟାରେ ଥିବା ଛାତ୍ରୀ ନିବାସରେ ୧୦ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ଗଠିତ ଦଳ ଆଜି ସ୍ଵଭାବିକ ଭାବେ ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସରେ କରୋନା ସ୍କିନିଂ ଚାଲୁ ରଖିଥିବାବେଳେ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ଉଚ୍ଚ ଆବାସିକ ବିଦ୍ୟାଳୟର ଛାତ୍ରୀ ନିବାସରୁ ୧୦ ଜଣ ଝିଅ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୩ ଜଣ ଝିଅଙ୍କର ସ୍କିମିଂ ହୋଇଥିଲା ଓ ସେଥୁରୁ ୧୦ଜଣ ପଜିଟିଭ ବାହାରିଛନ୍ତି ସେମାନଙ୍କ ଆର.ଟି.ପି.ସି.ଆର ଟେଷ୍ଟ କରିବା ସହ ସଙ୍ଗରୋଧରେ ରଖାଯାଇଛି । ଏହା ସହିତ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମସ୍ତ ଆବାସିକ ଓ ଅଣଆବାସିକ ବିଦ୍ୟାଳୟରେ ଆର.ଟି.ପି.ସି.ଆର ପରିକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ଆବାସିକ ବିଦ୍ୟାଳୟରେ ୧୦ ଦିନରେ ଥରେ ଓ ଅଣ-ଆବାସିକ ବିଦ୍ୟାଳୟ ଗୁଡିକରେ ମାସକୁ ଥରେ ପରିକ୍ଷା କରାଯିବ । ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟୀକା ନେବା ସହ ଯେଉଁମାନେ ୧୮ ବର୍ଷରୁ କମ୍ ସେମାନେ କୋଭିତର ସମସ୍ତ ନିୟମାବଳୀ ଯଥା- ମାସ୍କ ପରିଧାନ କରିବା , ସାମାଜିକ ଦୁରତା ଅବଲମ୍ବନ କରିବା ଓ ହାତକୁ ସାବୁନ୍‌ରେ ପରିଷ୍କାର ଧୋଇବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ତେବେ ଆବାସିକ  ବିଦ୍ୟାଳୟର ଏକା ସାଙ୍ଗରେ ୧୦ ଜଣ କରୋନା ଚିହ୍ନଟ ହେବୀ ପରେ କେବଳ ସ୍କୁଲ କର୍ତ୍ତୃପକ୍ଷ କାହିଁକି ସାରା ଜିଲ୍ଲାରେ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି । ଉଭୟ ଶିକ୍ଷା ବିଭାଗ ଓ ସ୍ଵାସ୍ଥ୍ୟ ପ୍ରଶାସନର ଚିନ୍ତା ମଧ୍ୟ ବଢି ଯାଇଛି

 

What’s your Reaction?
+1
0
+1
4
+1
1
+1
4
+1
0
+1
6
+1
1

Leave a Reply