ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!!

ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!!

ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଦେଇଥିବା ଜଣା ପଡିଛି l ସୂଚନା ମୁତାବକ ତାଳବିଜପୁର ଗ୍ରାମର ୨୨ ବର୍ଷୀୟ ଦୀପ୍ତି ରଞ୍ଜନ ବାରିକଙ୍କ ଗୁପ୍ତାଙ୍ଗ କଟି ଯାଇଥିବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଆଠମଲ୍ଲିକ ମେଡିକାଲରେ ଭର୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ ଅନୁଗୁଳ ଡାକ୍ତରଖାନାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ କିପରି କଟିଲା ଏବଂ କିଏ କାଟିଲା ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ   ଏନେଇ ଆଠମଲ୍ଲିକ ଆଇ ଆଇ ସି ନିରୋଦ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ ସୂଚନା ମୁତାବକ ଏକ ଝିଅ ତାଙ୍କ ଗୁପ୍ତାଙ୍ଗ କୁ କାଟି ଦେଇଥିବା ଜଣା ପଡିଛି l ସେ କୁଆଡେ ତାଙ୍କ ଗାଁ ପାଖରେ ଜଣେ ଯୁବତୀକୁ ଏକ ତରଫା ଭଲ ପାଉ ଥିଲେ । ଯାହାକୁ ନେଇ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି

What’s your Reaction?
+1
12
+1
0
+1
0
+1
0
+1
19
+1
5
+1
8

Leave a Reply