ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି । ସେଦିନ ତାମିଲନାଡ଼ୁର କନ୍ନୁର ଜିଲ୍ଲାରେ ସେନା ହେଲିକପ୍ଟର ଦୂର୍ଘଟଣା ହୋଇଥିବା ଖବର ଶୁଣିଲି । ସବିଶେଷ ତଥ୍ୟ କିମ୍ବା କୌଣସି ଅଧିକାରୀଙ୍କ ନାଁ ପ୍ରକାଶ ପାଇନଥାଏ । ମୃତାହତ ସୂଚନା ମଧ୍ୟ ପ୍ରକାଶ ପାଇନଥାଏ । କିନ୍ତୁ ଅଜାଣତରେ କାହିଁକି କେଜାଣି ମୋତେ ବହୁତ ଡ଼ର ଲାଗିଥିଲା । ମୋତେ ଲାଗୁଥିଲା ଯେମିତି ମୋ ସ୍ୱାମୀ ରାଣା ପ୍ରତାପ ହିଁ ସେହି ହେଲିକପ୍ଟରରେ ଅଛନ୍ତି । ଏମିତ କିଛି କହିଛନ୍ତି ସହିଦ ଯବାନ ରାଣା ପ୍ରତାପଙ୍କ ପତ୍ନୀ ଶିବାଙ୍ଗୀ ସିଂହ ।
ସେ ମୋ ସାହାସ..
ଶିବାଙ୍ଗୀ ସିଂହ କହିଛନ୍ତି, ପରିବାରର ଏକମାତ୍ର ପୁଅ ଥିଲେ ରାଣା ପ୍ରତାପ । ଘରେ ବୃଦ୍ଧ ବାପା-ମାଆ । ଆଉ କୋଳରେ କେବଳ ଦେଢ ବର୍ଷର ପୁତ୍ର ସନ୍ତାନଟିଏ । ସେ ଆଜି ଦୁନିଆରେ ନାହାଁନ୍ତି, ଏହାକୁ ବିଶ୍ୱାସ କରିବା ଅସମ୍ଭବ ହେଉଛି । କାରଣ ମୋ ସ୍ୱାମୀ ମୋର ସାହାସ ଥିଲେ । ପ୍ରତିଟି ମୂହୂର୍ତ୍ତରେ ମୋତେ ବଳ ଦେଉଥିଲେ । ବାହାରେ ରହିଲେ ମଧ୍ୟ ପରିବାର ଚଳାଇବାର ସାହାସ ସଞ୍ଚୟ କରୁଥିଲେ । ଦେଶ ମାତୃକାର ସେବା କରିବାର ସଂକଳ୍ପବଦ୍ଧତା ତାଙ୍କ ପାଖରେ ଥିବା ମୁଁ ଦେଖିଛି । ସବୁବେଳେ ସେ ସଜାଗ ରହୁଥିଲେ, ସାହାଯ୍ୟ କରିବା ପାଇଁ ବିକଳ ହୋଇ ଉଠୁଥିଲେ । ତାଙ୍କର ଏଭଳି ବିୟୋଗ, ଆମ ସଭିଙ୍କୁ ଭାଙ୍ଗି ଦେଇଛି ସତ, କିନ୍ତୁ ତାଙ୍କଠାରୁ ହିଁ ସେ ସାହାସ ଓ ଶକ୍ତି ପାଇଛନ୍ତି ।
ଦୁଃଖ ଅଛି କିନ୍ତୁ ମୋତେ ଗର୍ବ ଲାଗୁଛି..
ପତ୍ନି ଶିବାଙ୍ଗୀ କହିଛନ୍ତି, ପରିବାରର ଆର୍ଥିକ ଦାୟିତ୍ୱ ତାଙ୍କ ଉପରେ ରହିଥିଲା । ଏବେ ମୋତେ ହିଁ କରିବାକୁ ପଡ଼ିବ । କାରଣ ଘରେ ବୃଦ୍ଧ ବାପା-ମାଆ ଓ ଦେଢ ବର୍ଷର ପୁଅର କଥା ବୁଝିବାକୁ ଆଉ କେହବିଁ ନାହାଁନ୍ତି । ତାଙ୍କର ଏଭଳି ଏକ ଅକାଳ ପରିସ୍ଥିତିରେ ସରକାର ସାହାଯ୍ୟର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ସହିଦଙ୍କ ପତ୍ନୀ । ଏହା ସହିତ ସ୍ୱାମୀଙ୍କ ବିୟୋଗ ଖବର ଯେତିକି କଷ୍ଟ ଦେଇଛି , ସେତିକି ନିଜକୁ ଗର୍ବିତ କରିଛି । ମୋ ସ୍ୱାମୀ ମୋ ପାଇଁ ଗର୍ବ । ତାଙ୍କୁ ଯେତିକି ସମ୍ମାନ ମିଳିଛି , ତାହା ସମସ୍ତଙ୍କୁ ମିଳେନି । ଏଭଳି ଜଣେ ପୁରୁଷର ପତ୍ନୀ ହେବା ମୋ ପାଇଁ ସ୍ୱଭାଗ୍ୟର କଥା ବୋଲି କହିଛନ୍ତି ରାଣା ପ୍ରତାରପଙ୍କ ପତ୍ନୀ ଶିବାଙ୍ଗୀ ସିଂହ ।
What’s your Reaction?
+1
+1
+1
6
+1
+1
16
+1
3
+1
11