ଖେଳ ଓ ଖେଳାଳି ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର Angul OnlineDecember 12, 2021December 12, 2021 ଅନୁଗୁଳ – ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧ ଟାଇଟଲ ହାସଲ କରିବା ସହ ଏସୀୟ ବଡି ବିଲଡିଂ ଚାମ୍ପିୟାନସିପରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରି ପାରିଛନ୍ତି । ଦିଲ୍ଲୀର ଏନସିଇଉଆଇ ଅଡିଟରିଅମରେ ଗତ ଡିସେମ୍ବର ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ମସଲମାନିଆ ଇଣ୍ଡିଆ ୨୦୨୧ ବଡି ବିଲଡିଂ ଚାମ୍ପିୟାନସିପରେ ଅନୁଗୁଳର ବିଦୁର ମହାପାତ୍ର ଯୋଗଦେଇ ଓପନ ସର୍ଟ ବରିଷ୍ଠ ବିଭାଗରେ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତାରେ ତିନି ଶହରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ସେ ସମସ୍ତଙ୍କୁ ପଛରେ ପକାଇ ଏହି ଆଖ୍ୟା ଅର୍ଜନ କରିଛନ୍ତି । ଏହା ସହ ଆସନ୍ତା ବର୍ଷ ଡିସେମ୍ବରରେ ସିଙ୍ଗାପୁରରେ ହେବାକୁ ଥିବା ଏସୀୟ ବଡି ବିଲଡିଂ ଚାମ୍ପିୟାନସିପରେ ଭାରତ ପକ୍ଷରୁ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ୧୦ ବର୍ଷ ଧରି ସେ ଦେଖି ଆସୁଥିବା ଏଭଳି ସ୍ଵପ୍ନ ଏବେ ତାଙ୍କର ପୂରଣ ହୋଇଥିବା ବେଳେ ଆଗକୁ ଆହୁରି ପରିଶ୍ରମ କରିବେ ଏବଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି । ବିଦୁରଙ୍କ ବାପା ଜଣେ ଅବସରପ୍ରାପ୍ତ ନାଲକୋ କର୍ମଚାରୀ । ନିଜ ଅକ୍ଲାନ୍ତ ପରିଶ୍ରମ , ନିଷ୍ଠା ଏବଂ ଜିମରେ ଉପଯୁକ୍ତ ଅଭ୍ୟାସ ହେତୁ ସେ ଏଭଳି ସଫଳତା ପାଇଥିବା କଥା ବିଦୁର କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଥିବା ବେଳେ ଏଭଳି ସଫଳତା ପାଇବାରେ ବିଦୁର ଯେଊଁଭଳି ପରିଶ୍ରମ କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ବହୁ କଷ୍ଟସାଧ୍ୟ ବୋଲି ତାଙ୍କ କୋଚ ସୌରଭ ଦାସ କହିଛନ୍ତି । ତାଙ୍କର ନିଷ୍ଠା ହିଁ ଏହି ସଫଳତା ପଛର ରହସ୍ୟ ବୋଲି ସୌରଭ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଦୁରଙ୍କ କୋଚ ସୌରଭ ଦାସ , ଅବଦୁଲ ତଫିକଙ୍କ ସମେତ ତାଙ୍କ ବାପା ବଳରାମ ମହାପାତ୍ର , ମା ମିନିଲତା ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ ଲିଜା କୁମାରୀ ଉପସ୍ଥିତ ଥିଲେ । Advertisement
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…
ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି ।…