ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା

ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । ଏଭଳି ରାଜ୍ୟରେ ମୋଟ ୧୧ଟି ଥାନା ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ରହିଛି । ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ସଂପର୍କିତ ତଦନ୍ତ ନେଇ ଜିଲ୍ଲାରେ ସ୍ଵତନ୍ତ୍ର ଥାନା ନାହିଁ । ଅନ୍ୟ ଥାନା ଗୁଡ଼ିକରେ ହିଁ ଏସଂପର୍କିତ ମାମଲା ରୁଜୁ ହେଉଛି । ଫଳରେ ଅଭିଯୋଗକାରୀ ଉଚିତ ନ୍ୟାୟ ପାଇପାରୁ ନାହାନ୍ତି । ସେହିଭଳି ସାଧାରଣ ଥାନାରେ ସାଇବର୍‌ ଏବଂ ଅର୍ଥନୈତିକ ଅପରାଧ ରୋକିବା ପାଇଁ ତାଲିମ୍‌ପ୍ରାପ୍ତ ଅଧିକାରୀ ମଧ୍ୟ ନାହାନ୍ତି । ନୂତନ ଥାନା ଦ୍ଵାରା ଏସବୁ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରାଯାଉଛି ।

What’s your Reaction?
+1
0
+1
1
+1
0
+1
1
+1
8
+1
1
+1
0

Leave a Reply